ତେଲକୋଇ ବନାଞ୍ଚଳରେ ହାତୀପଲଙ୍କ ଉପଦ୍ରବ, ଫସଲ ନଷ୍ଟ ସହ ଘର ଭାଙ୍ଗିଲେ ହାତୀପଲ
8/01/2020 at 5:32 PM

ତେଲକୋଇ ୦୭।୦୧: ତେଲକୋଇ ବନାଞ୍ଚଳ ଅଧିନସ୍ଥ ଭିମକାଣ୍ଡ ଓ ଗୋଧୂଳି ଗାଁରେ ହାତୀପଲ ଙ୍କ ଉପଦ୍ରବ ଦେଖାଦେଇଛି । ହାତୀପଲଙ୍କ ଉପଦ୍ରବରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ବିଫଳତାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ବିଳମ୍ବିତ ଭିମକାଣ୍ଡ ଗାଁର ଭ୍ରମର ପ୍ରଧାନଙ୍କ ଘର ଓ ପାଚେରୀ ହାଚୀପଲ ଭଙ୍ଗିବା ସହ ହରଡ ଫସଲକୁ ଦଳଚକଟି ନଷ୍ଟ କରିଦେଇଛନ୍ତି । ସେହିପରି ଗୋଧୂଳି ଗାଁରେ ପଶି ଖଳାରେ ଗଦା ହୋଇଥିବା ଧାନକୁ ଖାଇଛନ୍ତି ହାତୀପଲ । ତେଲକୋଇର ବିଭିନ୍ନ ଗାଁରେ ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲକୁ ଘଉଡାଇବାରେ ବନବିଭାଗ ବିଫଳ ହୋଇଛି । ବାରମ୍ବାର ହାତୀ ଉପଦ୍ରବକୁ ନେଇ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021