Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଘର ଭାଙ୍ଗିଲେ ହାତୀ ପଲ : ବନ ବିଭାଗର ବେପାରୁଆ ମନ୍ତବ୍ୟ- କାହିଁକି ଘରେ ଶୋଉଛ ?

25/07/2021 at 10:48 AM

ତେଲକୋଇ,୨୫/୦୭: କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନ ଦୋବଲାପାଳ ଗାଁରେ ତିନି ଟିକିଆ ହାତୀପଲଙ୍କ ଉପଦ୍ରବ । ତିନି ଜଣଙ୍କ ଘରକୁ ଭାଙ୍ଗି ଧାନ ଚାଉଳ ଖାଇଗଲେ ହାତୀପଲ ।ଗାଁ ପାଖ ହନୁମନ୍ତିଆ ପାହାଡରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି ।

ସୂଚନାନୁସାରେ, ଶନିବାର ବିଳମ୍ବିତ ରାତିରେ ଗାଁରେ ପଶି ନାୟକ ସାହିର ଚାର ନାୟକ,ଶିବ ନାୟ, ବୁଧୁ ମୁଣ୍ଡାଙ୍କ ଘର ଭାଙ୍ଗି ଧାନଚାଉଳ ଖାଇ ଦେଇଛନ୍ତି ।ହାତୀ ଘର ଭାଙ୍ଗୁଥିଲେ ମଧ୍ୟ ଚାରୁ ଭୟରେ ଘରୁ ବାହାରି ନଥିଲେ ।ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚାରୁ ନାୟକଙ୍କୁ ଘରୁ ବାହାର କରିଥିଲେ ।ସେପଟେ ଶିବ ନାୟକ ଓ ବୁଧୁ ମୁଣ୍ଡାଙ୍କ ଘର ମଧ୍ୟ ଭାଙ୍ଗି ୨୦ ବସ୍ତା ଧାନ ଚାଉଳ ଖାଇ ଦେଇଛନ୍ତି ।ଏପରିକି ଲୋକେ କ୍ଷତି ପୁରଣ କଥା କହିଲେ ତୁମେ କାହିଁକି ଘରେ ଶୋଉଛ ବୋଲି ଓଲଟା ପ୍ରଶ୍ନ କରୁଛନ୍ତି ବନବିଭାଗ କର୍ମଚାରୀ ବୋଲି  ଅଭିଯୋଗ ହୋଇଛି ।

ବନବିଭାଗ କର୍ମଚାରୀଙ୍କ ଏଭଳି ଆଚରଣ ଲୋକଙ୍କୁ ଅଡ଼ୁଆରେ ପକାଇଛି ।ବନବିଭାଗ ଯଦି ଏଭଳି ମନ୍ତବ୍ୟ ଦେବ କହିବେ କାହାକୁ ଶୁଣିବ କିଏ ।ତେବେ ବିଭିନ୍ନ ସମୟରେ ହାତୀ ଘର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରୁଥିଲେ ମଧ୍ୟ ହାତୀ ଦାଉରୁ ଲୋକଙ୍କ ଧନଜୀବନ ରକ୍ଷା କରିବାରେ ତେଲକୋଇ ବନବିଭାଗ ବିଫଳ ହୋଇଥିବା ଅଭିଯୋଗ ହେଉଛି।

   Related Posts