ଦନ୍ତାକୁ ମାରି ନେଇଗଲେ ଦାନ୍ତ
19/11/2019 at 2:36 PM

ସୋନପୁର ୧୯।୧୧: ଦନ୍ତାକୁ ମାରି ନେଇଗଲେ ଦାନ୍ତ । ସୋନପୁର ଜିଲ୍ଳା ଉଲୁଣ୍ଡା ରେଞ୍ଜ ସାରସଦାଦାର ଜଙ୍ଗଲ ରେ ଏକ ଦନ୍ତା ହାତୀର ଗଳିତ ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ଛାନଭିନ ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ , ଉଲୁଣ୍ଡା ସାରସଦାଦାର ଜଙ୍ଗଲରେ ପଡିରହିଥିବା ଦନ୍ତା ହାତୀର ଦାନ୍ତକୁ କିଏ କାଢି ନେଇ ଯାଇଥିବାର ଦେଖିବାକୁ ମିଳିଛି । ହାତୀ ମୃତ୍ୟୁର କାରଣ ମଧ୍ୟ ଜଣାପଡିନାହିଁ । ଡିଏଫଓ ଘଟଣାସ୍ଥଳକୁ ଯାଇ ଅନୁସନ୍ଧାନ ଜାରି ରଖିଛନ୍ତି । ହାତୀକୁ ହତ୍ୟା କରାଯାଇଛି ନା ହାତୀ ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ସେ ନେଇ ବନ ବିଭାଗ ତଦନ୍ତ କରୁଛି ।