ଛୁଆ ହାତୀର ମୃତଦେହ ଠାବ, ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ସନ୍ଦେହ

Published By : Prameya-News7 Bureau | January 28, 2020 IST

କାମାକ୍ଷାନଗର ୨୮।୦୧: ଗାଁ ନିକଟରୁ ହାତୀଛୁଆର ମୃତଦେହ ଉଦ୍ଧାର । କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କନ୍ତିଓ କାଟେଣି ଗ୍ରାମ ନିକଟରୁ ଏକ ଛୁଆ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତଦେହକୁ ଜବତ କରିଛି ।

{"id":216934,"sizeSlug":"large"}

 ମଙ୍ଗଳବାର ଦିନ ସକାଳ ସମୟରେ  ଗ୍ରାମବାସୀମାନେ ଗ୍ରାମ ନିକଟରେ ଥିବା ଗୁଡିଆ ନାଳ ପାଖରେ  ହାତୀ ଛୁଆଟି ମରିପଡିଥିବାର ଦେଖିବାକୁ ପାଇଥିଲେ। ମୃତ ଛୁଆ ହାତୀର ବୟସ ପ୍ରାୟ ୧ମାସ ବୋଲି ଅନୁମାନ କରାଯାଉଛି। ହାତୀଟିର ବାମ କାନ, ପେଟ ଓ ପଛପାଖରେ ସଂକ୍ରମଣ ହୋଇଯାଇଛି।

{"id":216935,"sizeSlug":"large"}

ଯାହା ଫଳରେ ହାତୀଟି ଚାଲିବୁଲି ପାରୁନଥିବା ଆଶଙ୍କା କରାଯାଉଛି । ହାତୀଟି ଦୂର୍ବଳ ହୋଇଯାଇଥିବାରୁ ଏକ ଛୋଟ ନାଳରେ ପଡିଯିବା କାରଣରୁ ସେଠାରୁ ସେ ଉଠି ପାରିନଥିଲା । ବହୁ ସମୟ ପରେ ନାଳରୁ ବନ ବିଭାଗର କର୍ମଚାରି ପହଞ୍ଚି ହାତୀକୁ ଉଠାଇବା ପରେ ସେଠାରେ ତାର ମୃତ୍ୟୁ ହୋଇଥିଲା  । ଖବର ପାଇ ଘଟଣା ସ୍ଥଳରେ ରେଞ୍ଜର ବିଭୂଦାନନ୍ଦ ମିଶ୍ର ପହଞ୍ଚି ମୃତ ହାତୀର ବ୍ୟବଛେଦ କରିବା ପୋତି ଦେଇଛନ୍ତି।

{"id":216936,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.