ହାତୀର ମୃତଦେହ ଠାବ, ବନବିଭାଗର ତଦନ୍ତ ଆରମ୍ଭ

Published By : Prameya-News7 Bureau | December 06, 2019 IST

ଭଞ୍ଜନଗର ୦୬।୧୨: ହାତୀର ମୃତଦେହେ ଠାବ । ଗଞ୍ଜାମ ଜିଲ୍ଲା ଉତ୍ତରଘୁମୁସର ବନାଅଞ୍ଚଳ କଳିଙ୍ଗପଦର ନିକଟ ଜଙ୍ଗଲରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚ ତଦନ୍ତ ଆରମ୍ଭ କରିଛି ।

{"id":194478,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗ୍ରାମବାସୀ ହାତୀର ମୃତଦେହକୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ ।  ହାତୀ ମାନେ ସ୍ଥାନୀୟ ଅଞ୍ଚଳରେ କିଛି ଦିନ ହେଲା ଫସଲ ନଷ୍ଟ କରିବା ସହ ଆତଙ୍କ ଖେଳାଇଥିଲେ । ତେବେ ଆସିଥିବା ହାତୀ ପଲରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି ।  ଖବର ପାଇଁ  ଉତ୍ତର ବନ ଖଣ୍ଡ ଡିଏଫ୍ଓ ପହଞ୍ଚି  ତଦନ୍ତ ଆରମ୍ଭ କରିଛନ୍ତି ।  ହାତୀ ଟିର କିପରି ମୃତ୍ୟୁ ଘଟିଛି ତାହା ବ୍ୟବଛେଦ ପରେ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.