ଜଙ୍ଗଲ ମଧ୍ୟରୁ ଦନ୍ତା ହାତୀର ମୃତଦେହ ଠାବ, ବନ ବିଭାଗର ତଦନ୍ତ ଜାରି

Published By : Prameya-News7 Bureau | January 05, 2020 IST

ଅନୁଗୁଳ ୦୫।୦୧:  ସଙ୍କଟରେ ପୁଣି ଗଜରାଜ । ଅନୁଗୁଳ ଜିଲ୍ଲା ପୁରୁଣାଗଡ ରେଞ୍ଜ ପୁପୁଣ୍ଡା ଜଙ୍ଗଲରେ ନିକଟ ବୃନ୍ଦାବନପୁର ଠାରେ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ ଡିଏଫଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପୁପୁଣ୍ଡା ଜଙ୍ଗଲ ନିକଟସ୍ଥ ବୃନ୍ଦାବନପୁର ଠାରେ ଠାବ ହୋଇଥିବା  ଦନ୍ତା ହାତୀର ବୟସ 10 ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀ ମୃତ୍ୟର କାରଣ ଅସ୍ପଷ୍ଟ ରହିଥିବା ବେଳେ ଅସୁସ୍ଥତା କାରଣରୁ ହାତୀର ମୃତ୍ୟୁ ହୋଇଥିବା ଡିଏଫଓ କହିଛନ୍ତି। ଗତକାଲି  ସନ୍ଧ୍ୟାରେ ବନବିଭାଗର ଏକ ଟିମ୍‌ ସେହି ଅଞ୍ଚଳରେ ହାତୀକୁ ଛୋଟେଇ ଛୋଟେଇ ଚାଲୁଥିବା ଦେଖିଥିଲେ ବୋଲି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.