Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ବସ୍‌ ଐରାବତ ଧକ୍କାରେ ୩ହାତୀ ମୃତ, ଗିରଫ ହେଲା ଚାଳକ ମହାନ୍ତ

22/08/2019 at 7:20 PM

ବଡବିଲ୨୨।୮-ପୁଣି ଅକାଳରେ ଚାଲିଯାଇଛି ହାତୀଙ୍କ ଜୀବନ କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥରେ ହାତୀପଲ ରାସ୍ତା ପାର ହେଉଥିବା ବେଳେ ଏକାଧିକ ଗାଡି  ଧକ୍କା ଦେଇଥିଲେ ଘଟଣାସ୍ଥଳରେ ଗୋଟିଏ ଛୁଆ ହାତୀ ସହ ମା ହାତୀ   ପରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଗୋଟିଏ ହାତୀର ପ୍ରାଣ ଯାଇଛି ବନ ବିଭାଗ କର୍ମଚାରୀ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ହାତୀ ୩ଟିର ମୃତ୍ୟୁ ହେଲା ବୋଲି ସ୍ଥାନୀୟ ଲୋକେ ଆଭିଯୋଗ କରିଛନ୍ତି ଏହି ଦୁଃଖଦ ଘଟଣା ପାଇଁ ଦାୟୀ ବନ କର୍ମଚାରୀ   ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ….

କେନ୍ଦୁଝର ଘଟଗାଁ ବାଲିଯୋଡି ନିକଟ ୨୦ ନମ୍ବର ଜାତୀୟ ରାଜପଥ ଉପରେ ଘଟିଥିବା ଏହି ଦୁର୍ଘଟଣାକୁ ଯିଏ ଦେଖୁଛି ସିଏ ଘଡିଏ ଅଟକି ଯାଇଥିଲା  ।  ରାତି ପାଖାପାଖି ୨ ଟା ।  ଏକ ହାତୀ ପଲ ଜାତୀୟ ରାଜପଥ ପାର ହେଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ଓ ତା ପଛରେ ଥିବା ଏକ ବସ୍‌ ହାତୀଗୁଡିଙ୍କୁ ସିରିଜ୍ ଧକ୍କା ଦେଇଥିଲେ । ଗୋଟିଏ ମା ହାତୀ ଓ ଛୁଆ ହାତୀ ରାସ୍ତା କଡକୁ ଛିଟିକି ପଡିଥିଲେ । କିଛି ସମୟ ମଧ୍ୟରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଆଉ ଗୋଟିଏ ହାତୀ ରାସ୍ତା ଉପରେ ପଡି ଛଟପଟ ହେଉଥିଲା । ଦୁର୍ଘଟଣା ପରେ ହାତୀଙ୍କ ଗର୍ଜନ ଶୁଣି ପାଖ ଗାଁ ଲୋକେ ବନବିଭାଗକୁ ଖବର ଦେଇଥିଲେ । ହେଲେ ଦୀର୍ଘ ସମୟ ଧରି ବନ ବିଭାଗ କିମ୍ବା ପୋଲିସ ସେଠାରେ ପହଞ୍ଚି ନଥିଲେ । ଏପରି ଦୁଃଖଦ ଘଟଣା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସିଧାସଳଖ ବନ ବିଭାଗ ଓ ବେପରୁଆ ଗାଡିଚଳାଚନାକୁ ଦାୟୀ କରିଛନ୍ତି।

ସକାଳୁ ଘଟଣା ସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଥିଲା । ଗୁରୁତର ହାତୀକୁ ପ୍ରଥମେ ଜେସିବି ସାହାଯ୍ୟରେ ରାସ୍ତା କଡକୁ ନିଆଯାଇଥିଲା । ସେଠାରେ ଚିକିତ୍ସା ଆରମ୍ଭ କରିଥିଲେ ବନକର୍ମଚାରୀ ଓ ଭେଟେରନାରୀ ଟିମ୍ । ହାତୀର ଚିକିତ୍ସା ପାଇଁ ନନ୍ଦନକାନନରୁ ମଧ୍ୟ ଏକ ଟିମ୍ ଘଟଣା ସ୍ଥଳକୁ ପଠାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତର ହାତୀଟିର ମୃତ୍ୟୁ ହୋଇଥିଲା । ବନ ବିଭାଗ ଘଟଣାସ୍ଥଳରୁ ଗୋଟିଏ ଟ୍ରକ୍‌ ଜବତ କରିଛି । ପରେ ବଡବିଲରୁ ଐରାବତ ନାମକ ଏକ ବସ୍‌କୁ ଜବତ କରାଯାଇଛି । ବସ୍ ଡ୍ରାଇଭର ରାଜକିଶୋର ମହାନ୍ତକୁ ଗିରଫ କରାଯାଇଛି । ହାତୀ ମୃତ୍ୟୁ ପରେ ବନ ବିଭାଗ କଞ୍ଜରଭେଟର ଓ ଡଏଫଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଆଉ ଦେଇଛନ୍ତି ସେହି ଚିରାଚରିତ ଉତ୍ତର, ତଦନ୍ତ ଚାଲିଛି ।

ହାତୀ ମାନଙ୍କୁ ଟ୍ରାକ୍ କରିବା ପାଇଁ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ ରହିଛି ।  ତେବେ ଏହି ଟିମ୍‌ କାହିଁକି ରାତିରେ ହାତୀମାନଙ୍କୁ ଟ୍ରାକ୍ କରି ନଥିଲା ? ହାତୀ ଚଳପ୍ରଚଳ ଅଞ୍ଚଳ ବୋଲି କାହିଁକି ବନ ବିଭାଗ ପକ୍ଷରୁ ବୋର୍ଡ ମରାଯାଇନଥିଲା । ରାତି ପାଖାପାଖି ୧୦ ଟା ବେଳେ ବାଲିଯୋଡି ଅଞ୍ଚଳରେ ହାତୀ ଥିବା କଥା ସ୍ଥାନୀୟ ଲୋକେ ବନ ବିଭାଗକୁ ଜଣାଇଥିଲେ ବି ବନ ବିଭାଗ ସେଠାରେ କାହିଁକି ପହଞ୍ଚିନଥିଲା ବୋଲି ପ୍ରଶ୍ନ ଉଠିଛି । ହେଲେ ଏ ସବୁ କଥାକୁ ବନ ବିଭାଗ ଘଣ୍ଟ ଘୋଡାଇ ଖସିଯିବାକୁ ଉଦ୍ୟମ କରୁଥିବାରୁ ଲୋକଙ୍କ ମଧ୍ୟରେ ଏନେଇ ଅସନ୍ତୋଷ ବଢିବାରେ ଲାଗିଛି ।

   Related Posts