ଡୁବିଘାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ, କିଛି ଦିନ ଧରି ଥିଲା ଅସୁସ୍ଥ
18/06/2019 at 1:19 PM

ଉଦଳା ୧୮|୬: ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ପୋଡାଡିହା ସେକ୍ସନ ଡୁବିଘାଟ ଜଙ୍ଗଲରେ ମାଈ ହାତୀର ମୃତ୍ୟୁ ହୋଇଛି । କିଛି ଦିନ ଧରି ହାତୀଟି ଅସୁସ୍ଥ ଥିଲା । ହାତୀଟିର ଗୋଡରେ ଆଘାତ ଲାଗିଥିଲା । ବନ ବିଭାଗ ତାର ଚିକିତ୍ସା କରୁଥିଲେ ହେଲେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର ମୃତ୍ୟୁ ହୋଇଛି । ମୃତ ହାତୀର ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ବନ ବିଭାଗ କହିଛି ।
ଗତ ୯ ତାରିଖରେ କପ୍ତିପଦାରେ ପୁଙ୍ଗିଚୁଆ ଜଙ୍ଗଲରେ ଗୋଟିଏ ମାଈ ହାତୀର ମୃତଦେହ ବନବିଭାଗ ଠାବ କରିଥିଲା। ୧୦ ଦିନ ଭିତରେ ଦୁଇଟି ହାତୀର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି ।
Related Posts
ଝାରସୁଗୁଡା: ଜିଲ୍ଲା ସ୍ତରୀୟ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ
24 January 2021