ଟ୍ରକ୍ ତଳେ ଚାପି ହୋଇ ଚାଲିଗଲା ଗଜରାଜ ଜୀବନ

Published By : Prameya-News7 Bureau | January 30, 2020 IST

ଢେଙ୍କାନାଳ ୩୦।୧: ସଡକ ଦୁର୍ଘଟଣାରେ ଚାଲିଗଲା ଗଜରାଜ ଜୀବନ। ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା୫୫ ନମ୍ବର ଜାତୀୟ ରାଜପଥ ନିକଟରେ ଘଟିଛି ଘଟଣା। ହାତୀ ରାସ୍ତା ପାର ହେଉଥିବା ସମୟରେ ଟ୍ରକ ଧକ୍କାରେ ହାତୀ ପ୍ମରାଣ ହାନୀ ହୋଇଛି।

{"id":217636,"sizeSlug":"large"}

୫୫ନଂ ଜାତୀୟ ରାଜପଥ କଡରେ ଥିବା ମନ୍ଦିର ନିକଟ ରାସ୍ତାରେ ବୁଧବାର ବିଳମ୍ବିତ ରାତିରେ ହାତୀ ରାସ୍ତା ପାର ହେଉଥିଲେ। ରାସ୍ତାରେ ଆସୁଥିବା ଟ୍ରକ ଟି ହାତୀକୁ ଯୋରଦାର ଧକ୍କା ଦେଇଥିଲା । ଦୁର୍ଘଟଣାରେ ହାତୀଟି ଟ୍ରକ ତଳେ ଚାପି ହୋଇ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଏକ ହାତୀ ଆହାତ ଅବସ୍ଥାରେ ଜଂଗଲକୁ ଚାଲିଯାଇଛି ।

{"id":217637,"sizeSlug":"large"}

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ ଡାଇଭର ଫେରାର ହୋଇଯାଇଛି । ତେବେ ଖବର ପାଇ ବନ ବିଭାଗର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.