ମାଈ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Published By : Prameya-News7 Bureau | November 21, 2019 IST

ମହାକାଳପଡା ୨୧।୧୧: କାମାକ୍ଷାନଗରରୁ ମାଈ ହାତୀର ମୃତଦେହ ଠାବ ହୋଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ବନବିଭାଗ କର୍ମଚାରୀ ତଦନ୍ତ ଆରମ୍ଭ କରିଛି ।

{"id":187469,"sizeSlug":"large"}

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରୁ ମାଈ ହାତୀର ମୃତଦେହ ଠାବ ହୋଇଛି । ମହାବିରୋଡ୍ ରେଞ୍ଜ ବସନ୍ତପଡା ଗାଁ ପାଳଆମ୍ବ ନିକଟ ଧାନ କ୍ଷେତରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମୃତ ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପହଞ୍ଚି ବନବିଭାଗ କର୍ମଚାରୀ ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.