Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

କପିଳାଶ ଅଭୟାରଣ୍ୟର ୨୪ନମ୍ବର କମ୍ପାଟମେଣ୍ଟ ଅଂଚଳରେ ମିଳିଲା ଦନ୍ତା ହାତୀର ମୃତଦେହ

22/04/2021 at 6:22 PM

ଢେଙ୍କାନାଳ, ୨୨/୦୪: ଢେଙ୍କାନାଳ ଜିଲ୍ଲା କପିଳାଶ ଅଭୟାରଣ୍ୟରୁ ଏକ ହାତୀର ମୃତଦେହ ଠାବ କରାଯାଇଛି । ମୃତ ହାତୀଟି ଏକ ଦନ୍ତା ହାତୀ ଓ ତାର ବୟସ ପ୍ରାୟ ୪୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି ।

ହାତୀଟି କପିଳାଶ ଅଭୟାରଣ୍ୟର ୨୪ନମ୍ବର କମ୍ପାଟମେଣ୍ଟ ଅଂଚଳ ଅର୍ଥାତ ଷଢଙ୍ଗୀ ବନାଞ୍ଚଳରୁ ଠାବ କରାଯାଇଛି । ବନ କର୍ମଚାରୀମାନେ ମୃତଦେହ ଜବତ କରିଛନ୍ତି । ତେବେ ହାତୀଟିର ଦାନ୍ତ ଦୁଇଟି ସୁରକ୍ଷିତ ରହିଥିବା ଜଣାପଡିଛି । ହାତୀ ମୃତ୍ୟୁର ସଠିକ କାରଣ କଣ ଜଣାପଡିନାହିଁ । ମାତ୍ର ଗତ ୭ ରୁ ୮ ଦିନ ହେଲା ହାତୀ ମରିପଡିଥିବା ଜଣାପଡିଛି । ବନ ବିଭାଗ ପକ୍ଷରୁ ମୃତଦେହ ବ୍ୟବଛେଦ କରାଯାଇ ତଦନ୍ତ ଜାରି  ରହିଛି ।

   Related Posts