ବାର୍ହା ଫାଶରେ ଦନ୍ତା ମୃତ, ହିନ୍ଦୋଳ ବନାଞ୍ଚଳରୁ ଠାବ ହେଲା ମୃତଦେହ
16/01/2020 at 7:25 AM

ଢେଙ୍କାନାଳ ୧୬।୧: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏକ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀଟି ଏକ ଦନ୍ତାହାତୀ ବୋଲି ଜଣାପଡିଛି । ହିନ୍ଦୋଳ ଉପଖଣ୍ଡର ଗୁରିଲୋ ଗ୍ରାମ ନିକଟରେ ଥିବା ଏକ କାଜୁ ଜଙ୍ଗଲରେ ହାତୀଟି ମରିପଡିଥିବା ଦେଖାଯାଇଛି । ଖବର ପାଇ ବନ ବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀର ମୃତଦେହ ଉଦ୍ଧାର କରିଛନ୍ତି । ହାତୀର ବୟସ ୧୪ରୁ ୧୫ ବର୍ଷ ବୋଲି ଜଣାପଡିଛି।

ତେବେ ବିଦ୍ୟୁତ୍ କରେଣ୍ଟ ଲାଗି ମୃତ୍ୟୁ ହୋଇଥିବା ଜଣାପଡିଛି । ଜଙ୍ଗଲରେ ବାରହା ପାଇଁ ବିଛା ଯିଇଥିବା ବିଦ୍ୟୁତ୍ କରେଣ୍ଟରେ ଏହି ଦନ୍ତା ହାତୀଟି ମରିପଡିଥିବା ଏଭଳି ଅନୁମାନ କରାଯାଇଛି। ଘଟଣାସ୍ଥଳରୁ କିଛି ବିଦ୍ୟୁତ୍ ତାରକୁ ମଧ୍ୟ ବନବିଭାଗ ଜବତ କରିଛି । ହାତୀର ଶବ ବ୍ୟବଚ୍ଛେଦ କରାଯାଇଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ବନବିଭାଗ ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021