Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ହାତୀର ଗଳିତ ମୃତଦେହ ଠାବ

12/10/2019 at 1:30 PM

କାମାକ୍ଷାନଗର ୧୨।୧୦:  ଢେଙ୍କାନାଳ ବନଖଣ୍ଡ ମହାବୀରରୋଡ ରେଞ୍ଜ ବାଘମୁଣ୍ଡା ଗ୍ରାମ ନିକଟସ୍ଥ ଅନନ୍ତପୁର ସଂରକ୍ଷିତ ଜଙ୍ଗଲରୁ ଏକ ହାତୀର ଗଳିତ ମୃତଦେହ ଠାବ । ହାତୀଟିର ବୟସ ପ୍ରାୟ ୨୦ବର୍ଷ ହେବ ଅନୁମାନ କରାଯାଉଛି । ତେବେ ଏହା ପ୍ରାୟ ଏକ ମାସରୁ ଉର୍ଦ୍ଧ୍ବ ଦିନ ହେବ ମରିଥିବା ସୂଚନା ମିଳିଛି । ମୃତ୍ୟର କାରଣ ଅସ୍ପଷ୍ଟ ରହିଛି ।

ଘଟଣାସ୍ଥଳରେ ଏସିଏଫ୍ ସରୋଜ କୁମାର ବିଶ୍ବାଳ, କଙ୍କଡ଼ାହାଡ଼ ଭିଏଏସ ସତ୍ୟ ବିକ୍ରମ ତରାଇ, ମହାବିରୋଡ଼ ରେଞ୍ଜର ସୁବ୍ରତ କୁମାର ବେହେରା, ଅତିରିକ୍ତ ରେଞ୍ଜର, କାମାକ୍ଷାନଗର ଇଷ୍ଟ, ଓ୍ବେଷ୍ଟ ରେଞ୍ଜର ପହଞ୍ଚି ତଦନ୍ତ ଚଳାଇଥିଲେ । ଗଳିତ ହାତୀଟିର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଏକ ଖାତଖୋଳି ପୋତି ଦିଆଯାଇଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ କିଛି ତଥ୍ୟ ମିଳିପାରିବ ବୋଲି ଏସିଏଫ୍ ସୂଚନା ଦେଇଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଏସିଏଫ୍ ସରୋଜ କୁମାର ବିଶ୍ବାଳ, ପରେ ଜଣାପଡିବ କହି କଥାକୁ ଏଡାଇ ଦେଇଥିଲେ ।

   Related Posts