ବିଲ ମଝିରୁ ଦନ୍ତା ହାତୀର ମୃତଦେହ ଠାବ
16/12/2018 at 11:04 AM

ଗଞ୍ଜାମ ୧୬/୧୨: ବିଲ ମଝିରୁ ଦନ୍ତା ହାତୀର ମୃତଦେହ ଠାବ ହୋଇଛି। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେଞ୍ଜ ନିମଖଣ୍ଡି ପେଣ୍ଠ ନିକଟସ୍ଥ ବିଲରୁ ହାତୀର ମୃତଦେହ ଉଦ୍ଧାର କରାଯାଇଛି । ମୃତ ହାତୀ ବେକରେ ଏକ କଟା ଦାଗ ଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେବନ ବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି।