ଘର ନିକଟରେ ଦନ୍ତା ହାତୀର ମୃତଦେହ ଉଦ୍ଧାର
26/12/2019 at 12:20 PM

ଦେବଗଡ଼ ୨୬/୧୨: ଦେବଗଡ଼ ଜିଲ୍ଲା ବାଘବର ପଞ୍ଚାୟତ ବରଡ଼ାନାଳୀ ଗାଁରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ଗାଁର ଏକ ଘର ନିକଟରୁ ହାତୀର ମୃତଦେହ ଉଦ୍ଧାର ହୋଇଛି । ହାତୀଟିର ବୟସ ୩ରୁ ୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।
କିନ୍ତୁ କାହିଁକି ଏବଂ କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହେଲା ତାହା ଅସ୍ପଷ୍ଟ ରହିଛି । ଗତ କିଛି ମାସ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀ ଚଳ ପ୍ରଚଳ ହେଉଥିବା ବେଳେ ଏବେ ସେଥିରୁ ଗୋଟିଏ ହାତୀର ମୃତ୍ୟୁ ହୋଇଛି।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021