ନନ୍ଦନକାନନରେ ହାତୀ ଦିବସ ପାଳିତ
12/08/2018 at 11:57 AM

ବାରଂଗ ୧୨/୮ : ହାତୀ ମାନଙ୍କ ସୁରକ୍ଷା ପାଇଁ ଜନ ସଚେତନତା ସୃଷ୍ଟି ଉଦେଶ୍ୟ ରେ ଆଜି ସମଗ୍ର ବିଶ୍ବପାଳନ କରୁଛି ହସ୍ତି ଦିବସ । ଏପରି ଦିବସରେ ନନ୍ଦନକାନନ ପ୍ରତିବର୍ଷ ପରି ଚଳିତ ବର୍ଷ ଆଡମ୍ବର ପୂର୍ଣ ଭାବେ ଏହି ଦିବସକୁ ପାଳନ କରିଛି। ଆଜି ସକାଳ ସାଢେ ଆଠଟରେ ନନ୍ଦନକାନନ ମୁଖ୍ୟଫାଟକ ସମୁଖରେ ପ୍ରତିବର୍ଷ ପରି କେତେକ ସ୍କୁଲ ଛାତ୍ରଛାତ୍ରୀ, ନିମନ୍ତ୍ରିତ ଅତିଥୀଙ୍କ ଗହଣରେ ହାତୀମାନଙ୍କୁ ବିଭିନ୍ନ ଫଳ ମୂଳ ଖାଇବାପାଇଁ ଦିଆଯାଇ ଥିଲା। ପରେ ହାତୀ ସେବକଙ୍କୁ ଉପହାର ପ୍ରଦାନ କରାଯାଇ ଥିଲା।ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହାତୀ ସୁରକ୍ଷାକୁ ନେଇ ବିଭିନ୍ନ କୁଇଜ ପ୍ରତିଯୋଗିତା କରି ଉପହାର ପ୍ରଦାନ କରାଯାଇ ଜନସଚେତନତା ସୃଷ୍ଟି କରି ଏହି ଦିବସ ପାଳନ କରାଯାଇ ଥିଲା। ପ୍ରତିଯୋଗିତାରେ ବିଭିନ୍ନ ଅତିଥି ଯୋଗଦେଇଥିଲେ |
ଅତିଥିମାନଙ୍କ ମଧ୍ୟରେ ଏଡିଜି ପୋଲିସ ଅରୁଣ ରାଏ, ନନ୍ଦନକାନନ ନିର୍ଦେଶକ ହରିଶଙ୍କର ଉପାଧ୍ୟାୟ, ଉପନିର୍ଦଶକ ଜୟନ୍ତ କୁମାର ଦାସ ଏବଂ ଅନ୍ୟ ନନ୍ଦନକାନନ ଅଧିକାରୀ ଉପସ୍ତିତ ଥିଲେ |