Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ, ସଂଧ୍ୟାହେଲେ ଘରୁ ବାହାରିବାକୁ ଭୟ କରୁଛନ୍ତି ଗ୍ରାମବାସୀ

18/01/2020 at 5:25 PM

ବ୍ରହ୍ମପୁର ୧୮।୦୧: ଗଞ୍ଜାମ ଜିଲ୍ଲା ଚିକିଟି ରାସ୍ତା ଗୋଳନ୍ଥରା, ସୋରଳ ନିକଟରେ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀ ଉପଦ୍ରବରେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ପରିମାଣର ଧାନ ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ହାତୀ ଭୟରେ ସଂଧ୍ୟା ହେଲେ ଘରୁ ବାହାରିବା ଡର ଲାଗୁଛି ବୋଲି ସ୍ଥାନୀୟଲୋକ କହିଛନ୍ତି ।

ଭାଲିଆଗଡ, କୃର୍ଷ୍ଣନଗର, ବଇରିବାଡ ପ୍ରମୁଖ ଗାଁରେ ହାତୀ ଉପଦ୍ରବର ଅଭିଯୋଗ ହୋଇଛି । ଗତ ୭ ତାରିଖ ରାତିରେ  ପି  ପାପେୟା ନାମକ ଜଣେ ଚାଷୀଙ୍କ ୪୮ ବସ୍ତା ଧାନ କୁ ହାତୀ ପଲ ଦଳି ଚକଟି ନଷ୍ଟ କରିଥିବା ବେଳେ ବଇରିବାଡରେ ଅନ୍ୟ ଜଣେ ଚାଷୀଙ୍କ ଫସଲ ନଷ୍ଟ କରିଥିଲେ ହାତୀପଲ । ଶନିବାର ଦିନ ଏରେଣ୍ଡ୍ରା ଗାଁରେ ହାତୀ ପଲ ପଶି ଜଣେ ଚାଷୀଙ୍କ ୩୭ ବସ୍ତା ଧାନ ଏବଂ ବିଲରେ ଥିବା ଗୁଣ୍ଡ ଧାନ,  ପରିବା ବାଡ ନଷ୍ଟ କରିଥିବାର ଅଭିଯୋଗ ହୋଇଛି । ହାତୀ ଦାଉରୁ ସୁରକ୍ଷା ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଥିବା ବେଳେ  ହାତୀପଲକୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ  ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି କହିଛି ବନ ବିଭାଗ ।

ଆନ୍ଧ୍ରପ୍ରଦେଶର ଈଚ୍ଛାପୁରମ୍ ଷ୍ଟେସନ୍ ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ଧୀର ବେଗରେ ଟ୍ରେନ୍ ଚଳାଚଳ କରିବା ସହ ଜୋରରେ ହର୍ନ ବଜାଇବାକୁ ରେଳ ବିଭାଗ ଅଧିକାରୀ ଙ୍କୁ ବନ ବିଭାଗ ସତର୍କ କରାଇଛି ।  ସେପଟେ ହାତୀର ସୁରକ୍ଷା ପାଇଁ ବିଦ୍ୟୁତ ବିଚ୍ଛିନ୍ନ କରିବାକୁ ବିଦ୍ୟୁତ ବିଭାଗକୁ ସତର୍କତା କରାଇଥିବା ବ୍ରହ୍ମପୁର ଡିଏଫ୍ଓ ସୂଚନା ଦେଇଛନ୍ତି ।

   Related Posts