Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ହାତୀ ଉପଦ୍ରବରେ ଏକର ଏକର ଧାନ ନଷ୍ଟ : କ୍ଷତିପୂରଣ ସହ ହାତୀ ଘଉଡାଇବା ପାଇଁ ଦାବି

24/11/2019 at 11:09 AM

ବାଂଶପାଳ ୨୪।୧୧: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବିଜେପି ରେଞ ଗଜପୁରରେ ହାତୀ ଙ୍କ ଉପଦ୍ରବ ଦେଖାଦେଇଛି । ହାତୀ ପଲ ଉପଦ୍ରବରେ  ଏକର ଏକର ଧାନ ବିଲରେ ପାଚିଲା ଧାନ ନଷ୍ଟ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ୧୫ ଟିକିଆ ହାତି ପଲ ଗାଁରେ ପଶି ବହୁ ଲୋକଙ୍କ  ଧାନ ବିଲରେ ପଶି ଧାନ ଦଳି ଚକଟି ନଷ୍ଟ କରିଦେଇଛନ୍ତି ।  ଧାନ ଅମଳ  ସମୟରେ ହାତୀ  ପଶି  ଏକର ଏକର ପାଚିଲା ଧାନ କ୍ଷେତକୁ ନଷ୍ଟ କରିଦେବା ନେଇ ଚିନ୍ତାରେ ଭାଗିଂ ପଡିଛନ୍ତି ଗ୍ରାମବାସୀ । ହାତୀ ଘୋଉଡାଇବା ସହିତ କ୍ଷତିପୁରଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି । ବନବିଭାଗ ପକ୍ଷରୁ ହାତୀ ଘଉଡାଇବା ନେଇ କୌଣସି ପଦକ୍ଷେପ ନନେବାରୁ  ଅସନ୍ତୋଷ ପ୍ରକାଶ ପାଉଛି ।

   Related Posts