ଆଠଗଡ ରେଞ୍ଜରେ ହାତୀ ଉପଦ୍ରବ, ଭୟଭୀତ ଅବସ୍ଥାରେ ସ୍ଥାନୀୟଲୋକେ

Published By : Prameya-News7 Bureau | December 22, 2019 IST

ଆଠଗଡ ୨୨।୧୨: ଆଠଗଡ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ।  ହାତୀ ଉପଦ୍ରବରେ ଖୁଣ୍ଟୁଣୀ ରେଞ୍ଜ ବଉଲ , ସାରକୋଳିରେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀ ଘଉଡାଇବାରେ ବନବିଭାଗ ଫେଲ ଯୋଗୁଁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

{"id":201018,"sizeSlug":"large"}

ସୂଚନାଯୋଗ୍ୟ ଯେ, ପ୍ରତିଦିନ ଅପରାହ୍ନରେ ବଣୁଆ ହାତୀ ଉପଦ୍ରବରେ ସାଧାରଣ ଲୋକଙ୍କ ଯିବାଆସିବାରେ ଅସୁବିଧା ଦେଖାଦେଇଛି । ସ୍କୁଲ ପିଲାମାନେ ସ୍କୁଲରୁ ଘରକୁ ଫେରବାକୁ ଭୟ କରୁଛନ୍ତି । ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ପାରୁନଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଙ୍ଗଲୀ  ହାତୀ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକମାନେ ଭିଡ ଜମାଉଥିବାବେଳେ ହାତୀ ମାନଙ୍କ ପାଲଟା ଆକ୍ରମଣ ଏବେ ସ୍ଥାନୀୟ ଜନସାଧାରଣଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ହାତୀ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନେ ନଜର ରଖିଥିବା କହିଛନ୍ତି ।  ହାତୀମାନଙ୍କୁ ଘଉଡାଇ ଜଙ୍ଗଲ ମୁହାଁ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.