ଦନ୍ତା ହାତୀର ଉପଦ୍ରବ : ଘର ଭାଙ୍ଗିବା ସହ ନଷ୍ଟ କରୁଛି ଚାଷ , ଚିନ୍ତାରେ ଅଞ୍ଚଳବାସୀ
25/05/2020 at 2:12 PM

ଭଦ୍ରକ ୨୫।୦୫: ଭଦ୍ରକ ଆଗରପଡା ଅଞ୍ଚଳରେ ଦନ୍ତା ହାତୀ ଉପଦ୍ରବ । ଗତ କିଛି ଦିନ ହେବ ଦୁଇଟି ହାତୀ ହଦଗଡ଼ ବନାଞ୍ଚଳରୁ ଆସି ଆଗରପଡାର ପାଟକନା ଓ ରାଉତରାୟ ଗାଡ଼ିଆ ଅଞ୍ଚଳରେ ବୁଲୁଥିବାର ଲୋକମାନେ ଦେଖିଥିଲେ । ହଠାତ ଦନ୍ତା ହାତୀ ଜଙ୍ଗଲ ଛାଡି ଜନବସତିରେ ପ୍ରବେଶ କରିଥିବାରୁ ଲୋକମାନେ ଭୟଭୀତ ହୋଇପଡିଛନ୍ତି ।

ସେହିପରି ପୂର୍ବରୁ ଦନ୍ତା ହାତୀ ଏହି ଅଞ୍ଚଳରେ ଦୁଇ ତିନି ଜଣଙ୍କ ଘର ଭାଙ୍ଗି ଦେଇଥିଲା । ଏବେ ପୁଣି ହାତୀ ବୁଲୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି । ଖବର ପାଇ ବନବିଭାଗର ୧୦ ଜଣିଆ ଟିମ ଆଗରପଡା ଅଞ୍ଚଳକୁ ଯାଇଛନ୍ତି । ହାତୀ ମାନେ ସପୁରୀ, ଆମ୍ବ ଓ ପଣସ ଆଦି ଖାଇବା ସହ ଗାଁରେ ପଶୁଥିବାରୁ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି ।
Related Posts
ପାରାଦୀପ: ଭିଜିଲାନ୍ସ ଜାଲରେ ସ୍ବାସ୍ଥ୍ୟ କର୍ମଚାରୀ
19 January 2021
୫୦ ଏକରର ଗଞ୍ଜେଇ ଚାଷ ନଷ୍ଟ, ଆନୁମାନିକ ମୂଲ୍ୟ ୬ କୋଟି ଟଙ୍କା
19 January 2021