Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଦନ୍ତା ହାତୀ ଭାଙ୍ଗିଲା ଘର , ଦଳି ଦେଲା ପନିପରିବା ଚାଷ

25/04/2020 at 11:20 AM

ଭଦ୍ରକ ୨୫।୦୪ : ଦନ୍ତା ହାତୀ ର ଉପଦ୍ରବ । ଘର ଭାଙ୍ଗିଲା ଓ ଚାଷ ଜମି ରେ ପନିପରିବା ଦଳି ଦେଲା । ଦନ୍ତା ହାତୀ ଟି ଏକ ଆମ୍ଭ ଓ ପଣସ ବାଡ଼ି ରହୁଥିବା ବେଳେ ରାତି ବେଳା ନଦୀ ପାର ହୋଇ ଗାଁ ଭିତରେ ପଶୁଛି ।ଭଦ୍ରକ ଜିଲ୍ଲା ଆଗରପଡା ଥାନା  ପାଟକନାରେ ଦନ୍ତା ହାତୀର ଉପଦ୍ରବ ଦେଖିବା ପାଇଁ ମିଳିଛି । ପାଟକନା ଗାଁ ର ଭାମା ଭୁତିଆଙ୍କ ଦୁଇ ବଖରା ଘର ସମ୍ପୂର୍ଣ ଭାଙ୍ଗିଥିବା ସୂଚନା ମିଳିଛି । ସେହି ଗାଁ ର କୃଷ୍ଣଚନ୍ଦ୍ର ନାୟକ , ମୁରଲୀ ନାୟକ ଙ୍କ କାନ୍ଥ , ଚାଳ ଭାଙ୍ଗିଛି ଦନ୍ତା ।

ଗାଁ ର ପନିପରିବା ଚାଷ ଜମିକୁ ପାଦରେ ଦଳି ଦେଇ ନଷ୍ଟ କରିଥିବା ସୂଚନା ମିଳିଛି । ଦନ୍ତା ହାତୀଟି ସାଳନ୍ଦୀ ନଦୀ ପାର କରି ଆସୁଛି । କେନ୍ଦୁଝର ଜିଲ୍ଲା କାନପୁର ଠାରେ ଥିବା ଏକ ଆମ୍ବ ଓ ପଣସ ଗଛ ଥିବା ଜଙ୍ଗଲିଆ ପାଳରେ ରହୁଛି । ରାତି ହେଲେ ସାଳନ୍ଦୀ ନଦୀରେ ପାଣି ନଥିବାରୁ ନଦୀ ପାର ହୋଇ ପାଟକନା ଗାଁ ଭିତରକୁ ଆସି ଫସଲ ନଷ୍ଟ କରିବା ସହ ଘର ମଧ୍ୟ ଭାଙ୍ଗୁଥିବା ସୂଚନା ମିଳୁଛି । ବନ ବିଭାଗର କର୍ମଚାରୀ ମାନେ ହାତୀକୁ କାବୁ କରିବା ପାଇଁ ଚେଷ୍ଟା କରୁଥିବା ସୂଚନା ମିଳିଛି ।

   Related Posts