ସଦର ରେଞ୍ଜକୁ ପସିଲେ ୧୩ଟିକିଆ ହାତୀପଲ : ଝାଡ଼ଖଣ୍ଡୀ ହାତୀଙ୍କ ଉପଦ୍ରବରେ ଏକର ଏକର ଫସଲ ନଷ୍ଟ, ଭୟରେ ସ୍ଥାନୀୟ ବାସିନ୍ଦା

Published By : Prameya-News7 Bureau | November 01, 2020 IST

କେନ୍ଦୁଝର ୦୧।୧୧: କେନ୍ଦୁଝରରେ ଗଜରାଜଙ୍କ ଆତକ । କେନ୍ଦୁଝର ସଦର ରେଞ୍ଜକୁ ଧସେଇ ପଶିଲେ ୧୩ ଟିକିଆ ଝାଡ଼ଖଣ୍ଡି ହାତୀ ପଲ । ଏହି ହାତୀ ପଲରେ  ଚାରୋଟି ଦନ୍ତା , ୬ଟି ମାଈ ହାତୀ ସହ ତିନୋଟି ଛୁଆ ହାତୀ ରହିଥିବା ଜଣାପଡିଛି ।

{"id":354174,"sizeSlug":"large"}

ଖବର ଅନୁଯାୟୀ, ଗତକାଲି ରାତିରେ ଏହି ହାତୀ ପଲ ସଦର ରେଞ୍ଜର ହରିହରପୁର ଓ ବାଘୁଆ ସାହୀ ଦେଇ କେରୀ ଗାଁକୁ ଧସେଇ ପସିଛନ୍ତି । ଗାଁ ନିକଟରେ ଥିବା ଜଙ୍ଗଲରେ ଡେରା ପକାଇଛନ୍ତି । ହାତୀ ପଲ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ହରିହରପୁର , ଡାବରଚୁଆ , ନୂଆଗାଁ  , କ୍ଷୀରେଇଟାଙ୍ଗରୀ  ଓ ମଇଦାଲକେଲ ଆଦି  ଗାଁର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।  ବିଲକୁ ଧସେଇ ପଶି ଏକର ଏକର ଧାନ ଓ ପନିପରିବା ଖାଇବା ସହ ପାଦରେ ଦଳିଚକଟି ନଷ୍ଟ କରିଛନ୍ତି ।

{"id":354175,"sizeSlug":"large"}

ସେପଟେ ବନ ବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ କଡା ନଜର ରଖାଯାଇଛି । ବିଭାଗର କର୍ମଚାରୀ ଓ ଗାଁ ଲୋକେ ହାତୀ ତଡିବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ।ତେବେ ସେମାନଙ୍କୁ ଘଉଡାଇବା ବେଳେ ହାତୀପଲଧ୍ୟ ହିଂସ୍ର ହୋଇ ଲୋକଙ୍କୁ ମାରିବା ପାଇଁ ଗୋଡାଉଛନ୍ତି  ।  ହାତୀପଲଙ୍କୁ ଟେକାପଥର ନମାରିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ବନବିଭାଗ କର୍ମଚାରୀ ପରାମର୍ଶ ଦେଇଛନ୍ତି ।

{"id":354176,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.