ନରହନ୍ତା ହାତୀ ଉପଦ୍ରବରେ ଗ୍ରାମବାସୀ ଭୟଭୀତ, ଜଙ୍ଗଲରୁ ନଘଉଡାଇଲେ ଧାରଣାର ଧମକ ଦେଲେ ଅଞ୍ଚଳବାସୀ

Published By : Prameya-News7 Bureau | June 09, 2020 IST

ଆଠମଲ୍ଲିକ ୦୯।୦୬: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ହଣ୍ଡପା ରେଞ୍ଜର ପ୍ରତାପୁର , ବିଲେଇନାଳି ଆଦି ଗାଁରେ ହାତୀ ଉପଦ୍ରବ । ଗତ କାଲି ସଂଧ୍ୟାରୁ ଦୁଇଟି ଦନ୍ତା ହାତୀ ଗାଁ ଭିତରକୁ ପଶି ଆସିଛନ୍ତି । ବନ ବିଭାଗ ଗ୍ରାମ ବାସୀ ଯେତେ ଘଉଡାଇଲେ ବି ସେମାନେ ଗାଁ ନିକଟ ଛାଡି ଯାଉନାହାନ୍ତି । ନିଆଁ ହୁଳା ଦେଖାଇ ହାତୀକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

{"id":283314,"sizeSlug":"large"}

ହାତୀକୁ ଯେତେ ଘଉଡାଇଲେ ମଧ୍ୟ ସେ ପାଲଟା ଆକ୍ରମଣ କରୁଛି । ପୂର୍ବରୁ ନରହନ୍ତା ହାତୀ ହାବୁଡ଼ରେ ପଡ଼ି ଗାଁର ୪ଜଣ ଲୋକଙ୍କ ଜୀବନ ଗଲାଣି ।  ଫୁଣି ଏହି ନରହନ୍ତା ହାତୀ ଗାଁକୁ ଫେରିବାର ଖବର ଶୁଣି ଆଖ ପାଖ ଗାଁ ଗୁଡିକରେ କେକୁଆ ଭୟ ସୃଷ୍ଟି ହେଇଯାଇଛି । ସନ୍ଧ୍ୟା ହେଲେ ତାଟି କବାଟ ପଡ଼ି ଯାଉଛି । ଅଜଣା ଲୋକ ରାତିରେ ଗାଁକୁ ଆସିଲେ ହାତୀ ହାବୁଡ଼ରେ ପଡିଯିବାର ଆଶଙ୍କା ମଧ୍ୟ ରହିଛି ।

{"id":283315,"sizeSlug":"large"}

ଅପର ପକ୍ଷରେ ହଣ୍ଡପା ରେଞ୍ଜର କହିଛନ୍ତି ଆମେ ହାତୀ ଦୁଇଟିକୁ ଠାକୁଗଡ଼ ଆଡ଼କୁ ତଡିବାକୁ ଚେଷ୍ଟା କରିଥିଲୁ , କିନ୍ତୁ ରାତି ହୋଇଯିବାରୁ ହାତୀ ଗାଁ ପାହାଡ଼ ଛାଡି ଯାଉନାହାନ୍ତି । ସକାଳୁ ଖବର ଆସିଲା ଯେ ହାତୀ ଦୁଇଟି ଗାଁ ପାଖର ଅନେକ ଫସଲ ନଷ୍ଟ କରିଦେଇଛନ୍ତି । ତେଣୁକାରୀ ଗ୍ରାମବସୀ ତରଫରୁ ଦାବି କରିଛନ୍ତି ଯେ, ଗାଁ ନିକଟରୁ ନରହନ୍ତା ହାତୀକୁ ଜଙ୍ଗଲ ଭିତରକୁ ପଠାନଗଲେ ସେମାନେ ରେଞ୍ଜ ଅଫିସ ଆଗରେ ଧାରଣାରେ ବସିବେ । ଏବେବି ହାତୀ ଦୁଇଟି ବିଲେଇନାଳି ଗ୍ରାମରେ ରହିଛନ୍ତି ।

{"id":283316,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.