ଗାଁ ଛାଡି ଯାଉ ନାହାନ୍ତି ହାତୀପଲ, ଏକର ଏକର ଧାନ ଫସଲ ନଷ୍ଟ

Published By : Prameya-News7 Bureau | August 17, 2020 IST

ତେଲକୋଇ ୧୭।୦୮: ଗାଁ ଛାଡି ଯାଉ ନାହାନ୍ତି ହାତୀପଲ । କେନ୍ଦୁଝର ଜିଲ୍ଲା ତେଲକୋଇ ଶିବନାରାୟଣପୁର ଗୋଡା ଗାଁରେ ୩ ଦିନ ହେଲା ଉପଦ୍ରବ ଚଳାଇଛନ୍ତି ହାତୀପଲ । ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଲୋକେ । ୧୨ ଟିକିଆ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି ।

{"id":315739,"sizeSlug":"large"}

ବିଳମ୍ବିତ ରାତିରେ ଗାଁରେ ପଶି ଏକର ଏକର ଜମିର ଧାନଫସଲ ଖାଇବା ସହ ଦଳି ଚକଟି ନଷ୍ଟ କରି ଦେଇଛନ୍ତି । ଧାରକରଜ କରି ଚାଷ କରିଥିବା ଚାଷୀଙ୍କ ଚିନ୍ତା ବଢିଛି । ଏନେଇ ତେଲକୋଇ ବନବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ ହାତୀ ଘଉଡାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଚାଷୀ ଅଭିଯୋଗ କରିଛନ୍ତି । କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀ । ଶିବନାରାୟଣପୁର ଗାଁ ପାଖ ବିନ୍ଧାଣି ଖୋଲ ଜଙ୍ଗଲରେ ଦିନବେଳା ହାତୀପଲ ରହୁଥିବାରୁ ଲୋକେ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲରେ ଦୁଇଟି ଛୁଆହାତୀ ରହିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.