ହାତୀପଲଙ୍କ ଉପଦ୍ରବ , ଚାଷୀ ସାଇତି ରଖିଥିବା ଧାନବସ୍ତାକୁ ଦଳିଚକଟି ନଷ୍ଟ କଲେ ହାତୀ

Published By : Prameya-News7 Bureau | January 08, 2020 IST

ବ୍ରହ୍ମପୁର ୦୮।୦୧:  ଗଞ୍ଜାମ ଜିଲ୍ଲା ଚିକିଟି ରାସ୍ତା ଗୋଳନ୍ଥରା ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖାଦେଇଛି। ଭାଲାଆଗଡ ଗାଁରେ ହାତୀପଲଙ୍କ ଉପଦ୍ରବରେ ଜଣେ ଚାଷୀଙ୍କ ୪୮ବସ୍ତା ଧାନକୁ ହାତୀପଲ ଦଳଚକଟି ନଷ୍ଟ କରିଦେଇଥିବା ଜଣାପଡିଛି । ହାତୀପଲରେ ୯ଟି ହାତୀ ଥିବା ଜଣାପଡିଛି ।

{"id":208748,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗୋଳନ୍ଥରା ନିକଟରେ ଥିବା ପାହାଡରେ ହାତୀପଲ ରହୁଥିବା ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି । ହାତୀପଲ୍ଲ କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ଗ୍ରହଣ କରାଯାଉଛି । ବ୍ରହ୍ମପୁର ଓ ଦିଗପହଣ୍ଡି ରେଞରେ ଦୁଇଟି ଟିମ୍ ର ୧୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ବ୍ରହ୍ମପୁର ଡିଏଫ୍ଓ ସୂଚନା ଦେଇଛନ୍ତି । ଆନ୍ଧ୍ରପ୍ରଦେଶର ଈଚ୍ଛାପୁରମ୍ ଷ୍ଟେସନ୍ ଠାରୁ ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ଧୀର ବେଗରେ ଟ୍ରେନ୍ ଚଳାଚଳ କରିବା ସହ ଜୋରରେ ହର୍ଣ ବଜାଇବାକୁ ରେଳ ବିଭାଗ ଅଧିକାରୀଙ୍କୁ ବନ ବିଭାଗ ସତର୍କ କରିଛି । ସେପଟେ ହାତୀର ସୁରକ୍ଷା ପାଇଁ ବିଦ୍ୟୁତ ବିଚ୍ଛିନ୍ନ କରିବାକୁ ବିଦ୍ୟୁତ୍ ବିଭାଗକୁ ସତର୍କତା କରାଇଥିବା ବ୍ରହ୍ମପୁର ଡିଏଫ୍ଓ ସୃଚନା ଦେଇଛନ୍ତି ।

{"id":208749,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.