Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୬ ହଜାରରୁ ଅଧିକ କରୋନା ପଜିଟିଭ୍, ୭୩୩ ମୃତ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୧୨ କୋଭିଡ୍ ପଜିଟିଭ୍
  • ||
  • କରଞ୍ଜିଆରେ ମାତିଛନ୍ତି ଝାଡଖଣ୍ଡୀ ହାତୀ, ନଷ୍ଟ କରୁଛନ୍ତି ଏକର ଏକର ଫସଲ
  • ||
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ହାତୀ ଉପଦ୍ରବ ; ଭାଙ୍ଗୁଛି ଘର-ନଷ୍ଟ କରୁଛି ଫସଲ, ଚିନ୍ତାର ଅଞ୍ଚଳବାସୀ

21/01/2021 at 2:43 PM

ନୀଳଗିରି ୨୧।୦୧ : ହାତୀ ଉପଦ୍ରବରେ ଭାଙ୍ଗିଲା ଘର ।  ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି କୁଲଡ଼ିହା ଅଭୟାରଣ୍ୟରୁ ଆସିଥିବା ହାତୀର ଅପଦ୍ରବ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି । ଏପରିକି ସୁରକ୍ଷା ଦେବାରେ ବନବିଭାଗ ବିଫଳ ବୋଲି କିଛି ଲୋକ ଅଭିଯୋଗ କରିଛନ୍ତି ।

ଖବର ଅନୁଯାୟୀ, ନୀଳଗିରି ଅଞ୍ଚଳରେ ଗତ କିଛି ଦିନ ହେଲା ହାତୀପଲଙ୍କ ଉପଦ୍ରବ ଲାଗି ରହିଛି । ହାତୀପଲ ଘର ଭାଙ୍ଗିବା ସହ ଅନେକ ଫସଲ ନଷ୍ଟ କରୁଛନ୍ତି । ଗତକାଲି ରାତିରେ ଗବାଉଁସବଣିଆ ପଞ୍ଚାୟତ ଅଧିନ ଛୋଟ କାନପୁର ଅଞ୍ଚଳର ନିରଞ୍ଜନ ପ୍ରଧାନ ଓ ବିଜୟ ଟୁଡୁଙ୍କ ଘର ଭାଙ୍ଗିଥିବାର ଦେଖିବାକୁ ମିଳିଛି । ହାତୀ ଆକ୍ରମଣରେ ୨ ପରିବାରର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଅଞ୍ଚଳରେ ବାରମ୍ବାର ଏପରି ହାତୀ ଉପଦ୍ରବ ଲାଗି ରହିଛି । ଯାହାକୁ ନେଇ ଅଞ୍ଚଳବାସୀ  ଆତଙ୍କିତ ହୋଇପଡିଛନ୍ତି । ଗାଁକୁ ସୁରକ୍ଷା ଦେବାରେ କୁଳଡିହା ବନବିଭାଗ ପୁରା ଫେଲ୍‌ ମାରିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି ।

   Related Posts