ତେଲକୋଇ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ, ଏକର ଏକର ଜମିର ଫସଲ ନଷ୍ଟ

Published By : Prameya-News7 Bureau | March 09, 2020 IST

ତେଲକୋଇ ୦୯ । ୦୩ : କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଅଧିନସ୍ଥ ଦୁଲ୍ଲଭପୁର ଗାଁରେ ହାତୀ ଉପଦ୍ରବ । ରବିବାର ବିଳମ୍ବିତ ରାତିରେ ହାତୀପଲ ଗାଁ ଭିତରେ ପଶି ଏକର ଏକର ପରିବା ଚାଷ ନଷ୍ଟ କରିଛନ୍ତି । ଆଳୁ, କୋବି, କଦଳୀ, ପିଆଜ ଚାଷ ନଷ୍ଟ ଦଳିମକଟି ନଷ୍ଟ କରିବା ସହ ଖାଇ ଯାଇଛନ୍ତି ।

{"id":235295,"sizeSlug":"large"}

ଝାଳ ବୁହା ପରିଶ୍ରମ କରି ଚାଷ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ବିଳମ୍ବିତ ରାତିରେ ଗାଁ ଦାଣ୍ଡରେ ହାତୀପଲ ବୁଲୁଥିବା ଦେଖି ଲୋକେ ମଧ୍ୟ ଆତଙ୍କିତ ହୋଇ ପଡିଛନ୍ତି । ସେପଟେ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି । ବାରମ୍ବାର ତେଲକୋଇ ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଥଇଲେ ମଧ୍ୟ ବନବିଭାଗ ନିରବଦ୍ରଷ୍ଟା ସାଜିଥିବା ଲୋକେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.