Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଲେଉଟିଲେ ହାତୀପଲ, ବ୍ୟାପକ ଫସଲ ନଷ୍ଟ ସହ ଘର ଭାଙ୍ଗିଲେ

9/01/2020 at 3:54 PM

କରଞ୍ଜିଆ ୦୯।୦୧: କିଛିଦିନର ବ୍ୟବଧାନ ପରେ ପୁଣି କରଞ୍ଜିଆ ବନଖଣ୍ଡକୁ ଫେରିଲେ ହାତୀପଲ । ବୁଧବାର ବିଳମ୍ବିତ ରାତିରେ କରଞ୍ଜିଆ ରେଞ୍ଜ ମହୁଲିଆଶୁଳି ଓ ଖପରାଖାଇ ଗାଁରେ ବ୍ୟାପକ ଧାନ, ପନିପରିବା ସହ ଘର ଭାଙ୍ଗିଛନ୍ତି ।

ତେବେ ବୁଧବାର ଆସିଥିବା ୨୨ଟିକିଆ ହାତୀପଲଙ୍କ ମଧ୍ୟରୁ କରଞ୍ଜିଆ ରେଞ୍ଜରେ ଗୋଟିଏ ହାତୀ ଗାଁରେ ରହିଯାଇଥିଲା । ହାତୀଟି ସ୍ଥାନୀୟ ଅଞ୍ଚଳରେ କ୍ଷୟକ୍ଷତି କରିଥିବା ସହ ଗାଁ ନିକଟ ଜଙ୍ଗଲରେ ଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ସେପଟେ କ୍ଷତିଗ୍ରସ୍ତ ହୋଇଥିବା ଘରର ମହିଳାଙ୍କ କହିବାନୁଯାୟୀ, ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିବା ବେଳେ ହାତୀ ଆସି ସମସ୍ତ ଭଙ୍ଗାରୁଜା ସହ ଧାନ ନଷ୍ଟ କରିଦେଇଛି ।  ଅନ୍ୟପଟେ ପ୍ରବଳ ଶୀତ ଅନୁଭୂତ ହେଉଥିବାରୁ ରାତିରେ ହାତୀକୁ ଘଉଡେଇବା କଷ୍ଟକର ହେଲା ବୋଲି ବନ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି ।

   Related Posts