ସୁବର୍ଣ୍ଣପୁର ତରଭାରେ ହାତୀ ଉପଦ୍ରବ ; ବ୍ୟାପକ ଧାନ ଫସଲ ନଷ୍ଟ କଲେ ହାତୀ ପଲ
22/11/2018 at 9:54 AM

ସୁବର୍ଣ୍ଣପୁର ୨୨|୧୧: ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକରେ ହାତୀ ଉପଦ୍ରବ । କିଛି ଦିନ ଧରି ଚାରଭଟା ଅଞ୍ଚଳର ଗାଁ ମୁହାଁ ହେ।ଇଛନ୍ତି ହାତୀ ପଲ । ଦଳି ଚକଟି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି ହାତୀ । ଠିକ୍ ଅମଳ ହେବା ସମୟରେ ହାତୀଙ୍କ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି । ଏନେଇ କ୍ଷତିଗ୍ରସ୍ତ ଚାଷୀ ବନ ବିଭାଗକୁ ଜଣାଇଥିଲେ ମଧ୍ୟ ହାତୀ ଘଉଡାଇବାକୁ ପ୍ରୟାସ କରାଯାଉନଥିବା ଅଭିଯେ।ଗ ହେ।ଇଛି । ସେପଟେ ପ୍ରତିବର୍ଷ କ୍ଷତିଗ୍ରସ୍ତ ଚାଷିଙ୍କୁ ଠିକ୍ ଭାବରେ କ୍ଷତିପୂରଣ ପ୍ରଦାନ କରାଯାଉଛି । ଏହାସହ ହାତୀ ଘଉଡାଇବାକୁ ପ୍ରୟାସ ଚାଲିଥିବା କହିଛନ୍ତି କୁମ୍ଭାରମୁଣ୍ଡା ଫରେଷ୍ଟର ।
Related Posts
ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
18 May 2022