ନୀଳଗିରି ଅଞ୍ଚଳରେ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ; ଘର ଭଙ୍ଗାରୁଜା ସହ ବ୍ୟାପକ ଫସଲ ନଷ୍ଟ
20/11/2018 at 11:10 AM

ବାଲେଶ୍ବର ୨୦|୧୧: ବାଲେଶ୍ବର ଜିଲ୍ଲା ନୀଳଗିରି ଅଞ୍ଚଳକୁ ୫୦ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ଆସି ବ୍ୟାପକ ଫସଲ ନଷ୍ଟ କରିବା ସହିତ ଆତଙ୍କ ଖେଳାଇଛନ୍ତି। ଗତକାଲି ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ହାତୀ ଘଉଡ଼ାଇବା ଅଭିଯାନ ଫେଲ୍ ମାରିଛି। ହାତୀପଲ ପୁଣି ତିନିକୋଶିଆ ଜଙ୍ଗଲକୁ ଫେରିଆସିଛନ୍ତି। ସେପଟେ କୁଲଡିହା ଅଭୟାରଣ୍ୟରୁ ଅନ୍ୟ ଏକ ହାତୀପଲ ଆସି ସେହି ଅଞ୍ଚଳରେ ବୁଲୁଛନ୍ତି। ଆଜି ନୀଳଗିରି ଏନ୍ ଏସିର ଶାଳବନ୍ଦ ଗାଁରେ ଜୟଦେବ ସିଂହ ଓ ଅନିରୁଦ୍ଧ ସିଂହଙ୍କ ଘର ଦନ୍ତାହାତୀ ଭାଙ୍ଗି ଦେଇଛନ୍ତି। ଏନେଇ ଗାଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।