ଗାଁରେ ହାତୀ ଉପଦ୍ରବ, ନଷ୍ଟ କଲେ ଏକର ଏକର ପାଚିଲା ଧାନଫସଲ ; ଏବେ ଚିନ୍ତାରେ ଚାଷୀ କୂଳ

Published By : Prameya-News7 Bureau | October 13, 2021 IST

ତେଲକୋଇ ୧୩।୧୦: ଚାଷୀଙ୍କ ଭାତହାଣ୍ଡି ଉପରେ ହାତୀ ପଲଙ୍କ ଆକ୍ରମଣ । ଚାଷୀଙ୍କ ଏକର ଏକର ପାଚିଲା ଧାନଫସଲକୁ ଦଳିମକଚି ନଷ୍ଟ କଲେ ୨୨ଟିକିଆ ହାତୀପଲ ।ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ୍‌ ଶିମିଳିପାଳ ଗାଁରେ ଲାଗିରହିଛି ହାତୀପଲଙ୍କ ଉପଦ୍ରବ ।

{"id":526374,"sizeSlug":"full","linkDestination":"none"}

ଖବର ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ତାଳପଦା ଫରେଷ୍ଟ ବିଟ ର ଶିମିଳିପାଳ ଗାଁରେ ହାତୀପଲ ପଶି ୧୦ ଜଣ ଚାଷୀ ଙ୍କ ୧୫ ଏକରରୁ ଅଧିକ ଜମିରେ ଅମଳ ଅପେକ୍ଷାରେ ଥିବା ଧାନଫସଲକୁ ଦଳିମକଚି  ନଷ୍ଟ କରିଦେଇଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ  ଫସଲ ଅମଳ ପାଇଁ ଅନାଇ ବସିଥିବା ବେଳେ ଚାଷୀଙ୍କ ଭାତହାଣ୍ଡି ଉପରେ ଆକ୍ରମଣ କରିଛନ୍ତି ହାତୀ ପଲ ।

{"id":526375,"sizeSlug":"full","linkDestination":"none"}

ତେବେ ଧାନ ଅମଳ ସମୟରେ  ହାତୀପଲ ଧାନଫସଲକୁ ଦଳି ଚକଟି ନଷ୍ଟ କରିଛନ୍ତି । ଯାହାଫଳରେ ଚାଷୀ ଏବେ ଚିନ୍ତାରେ ପଡିଯାଇଛି ।ବର୍ଷ ତମାମ ପରିବାର କେମିତି ଚଳିବ ସେନେଇ ମୁଣ୍ଡରେ ହାତଦେଇ ବସିଛି ଚାଷୀ। ହାତୀପଲଙ୍କୁ ଘଉଡ଼ାଇ ବାରେ ବନବିଭାଗ ର ବିଫଳତା କୁ ଦାୟୀ କରିଛନ୍ତି ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.