ଗାଁ ନିକଟରେ ୨୫ଟିକିଆ ହାତୀପଲ, ଲୋକେ ଭୟଭୀତ

Published By : Prameya-News7 Bureau | September 11, 2021 IST

ପାଟଣା ୧୧।୦୯: ୨୫ ଟିକିଆ ହାତୀପଲଙ୍କ ଉପଦ୍ରବ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜକୁ ଧସେଇ ପସିଛନ୍ତି ୨୫ଟିକିଆ ହାତୀପଲ । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳବାସୀ । ବନବିଭାଗ ପକ୍ଷରୁ ହାତୀପଲକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରହିଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ହାତୀପଲ ମୟୁରଭଞ୍ଜ ପଟୁ ଆସି ଆଦିପୁର ନିକଟରେ  ବୈତରଣୀ ନଦୀ ପାର ହୋଇ ମାଳିପଶି ଗ୍ରାମରେ ପ୍ରବେଶ କରିଛନ୍ତି । ସେଠାରେ  ଏକ କ୍ଲବ ଘର  ଭାଙ୍ଗିବା ସହ ଝାଲିଆବେଡା ଗାଁର ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିଛନ୍ତି। ଏବେ ହାତୀପଲ ବର୍ଦ୍ଧନା ଜଙ୍ଗଲ ରେ ଡେରା ପକାଇଛନ୍ତି।ଗାଁ ନିକଟରେ ହାତୀପଲ ଥିବାରୁ ଜ୍ୟୋତିପୁର,ଝାଲିଆବେଡା ନନ୍ଦପୁର,ବର୍ଦ୍ଧନା ଗ୍ରାମର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି।ହାତୀପଲ ଙ୍କୁ ଘଉଡାଇବା ପାଇଁ ବନ ବିଭାଗ ଉଦ୍ୟମ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.