Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଡ୍ରେନ୍‌ରେ ଫସିଗଲା ହାତୀ ଛୁଆ, ଜଗି ରହିଲେ ହାତୀପଲ : ଗ୍ରାମବାସୀ ଓ ବନ କର୍ମଚାରୀ କଲେ ଉଦ୍ଧାର

5/10/2020 at 11:49 AM

ଢେଙ୍କାନାଳ ୫।୧୦: ଡ୍ରେନରେ ଫସିଥିଲା ହାତୀ ଛୁଆ । ଆଉ ଛୁଆକୁ ଜଗି ରହିଥିଲେ ହାତୀପଲ । ଏପରି ଘଟଣା ଦେଖିବାକୁ ମିଳିଥିଲା ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକର ଗୁଣଦେଇ ଛକ ନିକଟରେ । ୫୫ନମ୍ବର ଜାତୀୟ ରାଜପଥରୁ ଗୁଣଦେଈ ଗ୍ରାମକୁ ଯାଇଥିବା ରାସ୍ତା ପାର୍ଶ୍ଵରେ ଥିବା ଡ୍ରେନରେ ଏହି ହାତୀ ଛୁଆଟି ପଡି ଯାଇଥିଲା । ହାତୀ ଛୁଆର ବୟସ ପ୍ରାୟ ଦେଢ଼ ବର୍ଷ ହେବ ।

ଏହି ଅଂଚଳରେ ହାତୀ ପଲ ଯାତାୟାତ କରୁଥିବା ବେଳେ ଏହି ଦେଢ଼ ବର୍ଷର ହାତୀ ଛୁଆଟି ଏହି ଡ୍ରେନରେ ପଡି ଯାଇଥିବ ଅନୁମାନ କରାଯାଇଛି । ତେବେ ହାତୀ ପଲ ତାକୁ ଜଗି ରହିଥିଲେ । ମାତ୍ର ହାତୀ ଛୁଆଟି ଡ୍ରେନରୁ ବାହାରି ପାରି ନଥିଲା । ସକାଳେ ଗୁଣଦେଈ ଗ୍ରାମବାସୀ ଦେଖି ବନ କର୍ମଚାରୀମାନଙ୍କ ସହାୟତାରେ ହାତୀ ପଲଙ୍କୁ କିଛି ଦୂର ଘଉଡାଇଥିଲେ । ପରେ ହାତୀ ଛୁଆଟିକୁ ଡ୍ରେନରୁ ବାହାର କରିଥିଲେ । ହାତୀ ଛୁଆଟି ସୁସ୍ଥ ଥିବାବେଳେ ହାତୀ ପଲଙ୍କ ପାଖକୁ ପଳାଇଥିବା ଜଣାପଡିଛି ।

   Related Posts