Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

୪ ବର୍ଷର ହାତୀ ଛୁଆ ‘ହିରୋ’ର ମୃତ୍ୟୁ, କାରଣ ଅସ୍ପଷ୍ଟ

13/05/2021 at 9:09 PM

ଢେଙ୍କାନାଳ ୧୩।୫: ଢେଙ୍କାନାଳ କପିଳାଶ ସ୍ଥିତ ଏଲିଫ୍ୟାଣ୍ଟ ରେସକ୍ୟୁ ସେଣ୍ଟରରେ ଥିବା ୪ବର୍ଷର ହାତୀଛୁଆ ହିରୋର ମୃତ୍ୟୁ ହୋଇଛି । ମୃତ ହାତୀଛୁଆ ଏକ ଦନ୍ତା ହାତୀ ବୋଲି ଜଣାପଡିଛି । ମୃତ୍ୟୁର ସଠିକ୍ କାରଣ କଣ  ଜଣାପଡିନାହିଁ । ଗୁରୁବାର ଅପରାହ୍ନରେ ଅଚାନକ ତାର ମୃତ୍ୟୁ ଘଟିଛି ବୋଲି ଢେଙ୍କାନାଳ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ତାର ମୃତଦେହକୁ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ କଣ ହୋଇପାରେ ତାର ପରୀକ୍ଷା ନିରୀକ୍ଷା ଚାଲିଛି ।

ମୃତ ହିରୋକୁ ଗତ ଜୁନ୍ ୨୦୧୯ ମସିହାରେ ରେଢ଼ାଖୋଲ ବନ ଖଣ୍ଡର ବାମରା ଅଭୟାରଣ୍ୟରୁ ଉଦ୍ଧାର କରାଯାଇ କପିଳାଶ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ ଲାଳନ ପାଳନ ପାଇଁ ଅଣାଯାଇଥିଲା । ତେବେ ହିରୋର ମୃତ୍ୟୁ ପରେ କପିଳାଶ ହାତୀ ଉଦ୍ଧାର କେନ୍ଦ୍ରରେ ଆଉ ୪ଟି ହାତୀ ଛୁଆ ରହିଥିବା ଜଣାପଡିଛି ।

   Related Posts