ଶିମିଳିପାଳ ଜଙ୍ଗଲରୁ ହାତୀ ଶାବକର ମୃତଦେହ ଉଦ୍ଧାର : ଆନ୍ଥ୍ରାକ୍ସଜନିତ ମୃତ୍ୟୁ ସନ୍ଦେହ

Published By : Prameya-News7 Bureau | September 02, 2020 IST

କରଞ୍ଜିଆ ୨।୯: ମୟୁରଭଞ୍ଜ ଜିଲ୍ଲା ଯଶିପୁରଠାରୁ ୧୮ କି.ମି. ଦୂର ଶିମିଳିପାଳ ବନାଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ହାତୀ ଶାବକର ମୃତଦେହ ଉଦ୍ଧାର ହୋଇଛି ।

ଖବର ପାଇ ଯଶୀପୁର ଜାତୀୟ ଉଦ୍ୟାନ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ହାତୀ ଶାବକର ମୃତଦେହ ଉଦ୍ଧାର କରିଥିଲେ । ହାତୀ ଛୁଆର ବୟସ ୨ରୁ ୩ ବର୍ଷ ହେବା ବୋଲି ଜଣାପଡିଛି । ହାତୀ ଶାବକଟିର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଏହା ଆନ୍ଥ୍ରାକ୍ସଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.