ଗାତରେ ପଡି ହାତୀ ଛୁଆର ମୃତ୍ୟୁ

Published By : Prameya-News7 Bureau | February 14, 2019 IST

ବିଶ୍ରା ୧୪|୨: ଗାତରେ ପଡି ହାତୀ ଛୁଆର ମୃତ୍ୟୁ ହୋଇଛି । ସୁନ୍ଦରଗଡ ବିଶ୍ରା ଫରେଷ୍ଟ ରେଞ୍ଜ ମହିପାଣି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ହାତୀ ପଲ ଘଉଡାଇବା ବେଳେ ରେଳ ଧାରଣା କଡରେ ଖୋଳାଯାଇଥିବା ଗାତରେ ପଡି ଯାଇଥିଲା ଗୋଟିଏ ଛୁଆ ହାତୀ ।ଗାତରୁ ହାତୀ ଛୁଆକୁ ବାହାର କରିବାକୁ ମାଟି ପଥର ପକାଇବା ଫଳରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହାତୀ ଛୁଆର ମୃତଦେହ ଉଦ୍ଧାର କରି ବନ ବିଭାଗ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.