Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କୂଅରେ ଖସିପଡିଥିଲା ହାତୀ ଛୁଆ, ଆର୍କମେଡିସଙ୍କ ସୂତ୍ରରେ ଉଦ୍ଧାର କଲା ବନ ବିଭାଗ

30/01/2020 at 7:32 PM

ଗୁମଲା ୩୦/୦୧-  କୂଅ ଭିତରେ ଖସିପଡିଥିଲା ହାତୀ ଶାବକ, ପାଣିରେ ଉବୁଟୁବୁ ହେଉଥିଲା । କିନ୍ତୁ ବାହାରି ପାରୁନଥିଲା , କିମ୍ବା ତାକୁ ଦେଖୁଥିବା ଗାଁ ଲୋକେ ବି କିଛି ବୁଦ୍ଧିବାଟ ପାଉନଥିଲେ । ଝାଡଖଣ୍ଡର ଗୁମଲା ଅନ୍ତର୍ଗତ ଅମଲିୟା ଟୋଲି ଗାଁରେ  ସୋମବାର ଏହି ଘଟଣା ଘଟିଥିଲା । ହାତୀପଲରୁ ଅଲଗା ହୋଇ ହାତୀ ଛୁଆଟି କିପରି କୂଅରେ ପଡିଲା ସେହି ଚିନ୍ତା ସହ ତାକୁ କେମିତି କୂଅରୁ ବାହାର କରିବେ ତାହା ହିଁ ଥିଲା ଆଲୋଚନାର ବିଷୟ । ତେବେ ଖବରପାଇ ଆସିଲେ ବନ ବିଭାଗ କର୍ମଚାରୀ । ବିଭିନ୍ନ ଉପାୟ ନେଇ ବିଚାର ବିମର୍ଷ ପରେ ଏକ ବାଟ ଦିଶିଲା ।

ହାତୀ ଛୁଆକୁ ଜୀବନ୍ତ ଏବଂ ଅକ୍ଷତ ଭାବେ କୂଅରୁ ବାହାର କରିବା ଥିଲା ବଡ ଚ୍ୟାଲେଞ୍ଜ । କିନ୍ତୁ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଲୋକଙ୍କ ସହ ମିଶି ଯେଉଁ ଉପାୟରେ ହାତୀ ଛୁଆକୁ ଉଦ୍ଧାର କଲେ ତାହା ଥିଲା ପ୍ରଶଂସନୀୟ । ବୈଜ୍ଞାନୀକ ଆର୍କମେଡିସଙ୍କ ସୂତ୍ରର ଉପଯୋଗ କଲେ ବନବିଭାଗ କର୍ମଚାରୀ ଏବଂ ଗାଁ ଲୋକେ। ଆର୍କମେଡିସଙ୍କ ପ୍ରିନସିପଲ୍‌ ଅଫ ବୟେନ୍ସି , ବା ଭାସମାନ ନିୟମରେ  ସେମାନେ ଆରମ୍ଭ କଲେ ଅଭିଯାନ। କୂଅରେ ପାଣି ଭର୍ତ୍ତି କଲେ । ତିନିଟି ପମ୍ପ ସାହାଯ୍ୟରେ କୂଅରେ ପାଣି ଭର୍ତ୍ତି କରାଗଲା । ପ୍ରାୟ ତିନି ଘଣ୍ଟା ଧରି ଏପରି କରିବାକୁ ହେଲା । କୂଅର ଜଳପତ୍ତନ ବୃଦ୍ଧି ସହ ହାତୀ ଛୁଆଟି ଭାସମାନ ଅବସ୍ଥାରେ ଉପରକୁ ଉଠିଲା। କୂଅର ଜଳ ପତ୍ତନ ଫନ୍ଦ ଛୁଇବା ପରେ ହାତୀ ଛୁଆଟି ଆପେ ବାହାରି ଆସିଲା । ରାତିରୁ ଦିନ ପ୍ରାୟ ୧୦ ଟା ଯାଏଁ କୂଅରେ ଫସିଥିବା ହାତୀ ଛୁଆଟି ତାପରେ ଜଙ୍ଗଲ ମୁହାଁ ହୋଇଥିଲା ।

ବନବିଭାଗ ଏବଂ ଗ୍ରାମବାସୀଙ୍କ ଏହି ମିଳିତ ଉଦ୍ୟମ ଏବଂ ଆର୍କମେଡିସ ଲ’ ର ଉପଯୋଗକୁ ପ୍ରଶଂସା କରିଛନ୍ତି ସମସ୍ତେ । ହାତୀ ଛୁଆର ଉଦ୍ଧାର ପ୍ରକ୍ରିୟାର ଫଟୋ ସୋସିଆଲ ମିଡିଆରେ ଦେଇ ଭାରତୀୟ ବନ ସେବା ( ଆଇଏଫ୍‌ଏସ୍‌ ) ଅଧିକାରୀ ରମେଶ ପାଣ୍ଡେ ଉଦ୍ଧାରକାରୀଙ୍କୁ ପ୍ରଶଂସା କରିଛନ୍ତି । ପ୍ରକୃତରେ ବି ସେହି ଦୃଶ୍ୟ ହୃଦୟ ଛୁଏଁ । ଲୋକଙ୍କ ଉଦ୍ୟମ, ବୁଦ୍ଧି ସହ ବିନ ବିଭାଗର ପ୍ରୟାସ ଇଣ୍ଟରନେଟ୍‌ରେ ସମସ୍ତଙ୍କ ମନ ଜିଣିଛି । ଜେରଦାର ପ୍ରଶଂସା କରିଛନ୍ତି ସମସ୍ତେ ।  

   Related Posts