ଗାଁରେ ପଶି ଦନ୍ତାହାତୀର ଉପଦ୍ରବ : ହାଣ୍ଡିରୁ ଖାଇଲା ପଖାଳ, ଟେକିନେଲା ଧାନବସ୍ତା

Published By : Prameya-News7 Bureau | July 09, 2021 IST

ତେଲକୋଇ ୯।୭: ତେଲକୋଇ ରେଞ୍ଜ ଅନ୍ତର୍ଗତ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ଗୋଠଛଡା ଦନ୍ତାହାତୀର ଉପଦ୍ରବ । ପଡାଙ୍ଗ ପଞ୍ଚାୟତର ଅହିଗୋଳା ଗାଁ ଜୁଆଙ୍ଗ ସାହିରେ ଗୁରୁବାର ବିଳମ୍ବିତ ରାତିରେ ଗୋଠଛଡା ଦନ୍ତା ହାତୀ ଉପଦ୍ରବ ଚଳାଇଛନ୍ତି । ବିଳମ୍ବିତ ରାତି ପ୍ରାୟ ୪ଟା ସମୟରେ ରବି ପେଣ୍ଠେଇ ଓ ତାଙ୍କ ସ୍ତ୍ରୀ ଦୁଇ ପିଲାଙ୍କ ସହ ଘରେ ଶୋଇଥିବା ବେଳେ ଦନ୍ତା ହାତୀ ଘର ଭାଙ୍ଗିଥିଲା । ଭୟରେ ପିଲାଛୁଆଙ୍କୁ ଧରି ସାହି ଭିତରେ ଥିବା ପଡିଶା ଘରକୁ ଲୁଚି ପଳାଇଥିଲେ । ଦନ୍ତା ଘରଭାଙ୍ଗି ଦୁଇ ବସ୍ତା ଧାନ ଖାଇବା ସହ ଦୁଇ ବସ୍ତା ଚାଉଳ ଟେକି ନେଇ ଚାଲିଯାଇଥିଲା । ହାଣ୍ଡିରେ ଥିବା ପଖାଳକୁ ମଧ୍ୟ ଖାଇ ଦେଇଥିଲା ।

{"id":477845,"width":750,"height":401,"sizeSlug":"large","linkDestination":"none"}

ଗାଁରେ ଦନ୍ତା ପଶିବା ଦେଖି ଲୋକେ ବନ ବିଭାଗକୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ବନ ବିଭାଗ ଫୋନ୍ ଉଠାଇ ନଥିବା ଅଭିଯୋଗ କରିଛନ୍ତି ସାହି ଲୋକେ । ଗାଁ ଲୋକେ ଟାୟାର ଜାଳି ହାତୀକୁ ଘଉଡାଇଥିଲେ । ବାରମ୍ବାର ହାତୀ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.