ହାତୀ ବି ପାହାଚ ପରେ ପାହାଚ ଚଢ଼ିପାରେ : ଗଜରାଜଙ୍କ ଭିଡିଓ ଭାଇରାଲ୍
19/02/2020 at 5:12 PM

ହାତୀଙ୍କ ରାଗ ବିଷୟରେ ତ ଆପଣ ଜାଣିଥିବେ। ହାତୀମାନେ ରାଗିଗଲେ ନିୟନ୍ତ୍ରଣ ହରାଇ ବସନ୍ତି। ଏହା ପରେ ସେମାନେ ଯାହା କରିଥାଆନ୍ତି ତାହା କେହି କଳ୍ପନା ମଧ୍ୟ କରି ପାରିବେ ନାହିଁ। ସୋସିଆଲ ମିଡିଆରେ ଏକ ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ହାତୀ ରାଗୀ ହେବା ସହ ବୁଦ୍ଧିମାନ୍ ମଧ୍ୟ ହୋଇଥାଆନ୍ତି। ଏହା ଏହି ଭିଡିଓରେ ଦେଖିବାକୁ ମିଳିଛି।
ଏହି ଭିଡିଓରେ ଏକ ହାତୀ ଉପରକୁ ଉଠିବା ପାଇଁ ପାହାଚରେ ଚଢ଼ୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଭାରତୀୟ ବନ ବିଭାଗର ଅଧିକାରୀ ପ୍ରବୀଣ କାସଓ୍ବାନ ନିଜ ଟ୍ବିଟରରେ ସେୟାର କରିଛନ୍ତି। ପ୍ରବୀଣ କାସଓ୍ବାନ ଜଙ୍ଗଲୀ ପଶୁଙ୍କ ଏପରି ଭିଡିଓ ସେୟାର କରନ୍ତି ଏବଂ ଏମାନଙ୍କ ବିଷୟରେ ଅଜବ ସୂଚନା ଦେଇଥାଆନ୍ତି।
ହାତୀଙ୍କ ଏହି ଭିଡିଓକୁ ସେୟାର କରି ପ୍ରବୀଣ ଲେଖିଛନ୍ତି ଯେ,‘ ଏହି ହାତୀ ପାହାଚର ବ୍ୟବହାର କରୁଛନ୍ତି। ତାଙ୍କ ପାଖରେ ଆଉ କ’ଣ ବିକଳ୍ପ ରହିଛି? ଏହି ଭିଡିଓର ଅନ୍ତିମ କ୍ଷଣ ଆପଣଙ୍କୁ ବହୁତ କିଛି ଶିଖାଇବ।’
ଟ୍ବିଟରରେ ସେୟାର କରିବା ପରେ ଏହି ଭିଡିଓ ଜୋରସୋରରେ ଭାଇରାଲ୍ ହେଉଛି। ସମସ୍ତେ ଏହି ଭିଡିଓକୁ ଖୁବ୍ ପସନ୍ଦ କରିଛନ୍ତି। ଏହି ଭିଡିଓ କେଉଁଠିକାର କିଛି ଜଣାଯାଇନାହିଁ। ଭିଡିଓକୁ ଦେଖି ଟ୍ବିଟର ୟୁଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି।