ଗାଁ ଆମ୍ବତୋଟାରୁ ହାତୀ ଛୁଆର ମୃତଦେହ ଉଦ୍ଧାର

Published By : Prameya-News7 Bureau | May 27, 2021 IST

ଢ଼େଙ୍କାନାଳ ୨୭/୫:  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର କପିସାହି ଗାଁ ନିକଟରୁ ଏକ ହାତୀ ଛୁଆର ମୃତଦେହ ଠାବ ହୋଇଛି ।  କପିସାହି ଆମ୍ବ ତୋଟାରେ ହାତୀ ଛୁଆର ମୃତଦେହ ପଡିଥିବା ଗ୍ରାମବାସୀ ଦେଖି ବନବିଭାଗକୁ ଖବର ଦେଇଥିଲେ । ପରେ ହିନ୍ଦୋଳ ବନ କର୍ମଚାରୀ ପହଞ୍ଚି ହାତୀ ଛୁଆର ମୃତଦେହ ଉଦ୍ଧାର କରିଛନ୍ତି ।  ମୃତ ହାତୀ ଛୁଆର ବୟସ ୫ ବର୍ଷ ହେବ ବୋଲି ଆନୁମାନ କରାଯାଉଥିବା ବେଳେ ଏହା ଏକ ଅଣ୍ଡିରା ହାତୀ ବୋଲି ଜଣାପଡିଛି । ମୃତ୍ୟୁର କାରଣ ଜଣା ପଡ଼ିନାହିଁ । ତେବେ ହାତୀ ଛୁଆର ଶବ ବ୍ୟବଛେଦ କରାଯାଇ ଯାଞ୍ଚ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.