ମିଳିଲା ହାତୀର ମୃତଦେହ ! ଯୋବ୍ରା ଆନିକଟରେ ଦେଖାଯାଉଛି ଗୋଡ

Published By : Prameya-News7 Bureau | September 26, 2021 IST

କଟକ, ୨୬।୦୯ : ମିଳିଲା ନିଖୋଜ ହାତୀର ମୃତଦେହ । ମୁଣ୍ଡଳି ବ୍ୟାରେଜରେ ଫସିଥିବା ହାତୀର ମୃତଦେହ ମିଳିଥିବା କୁହାଯାଉଛି ।

ରବିବାର ସକାଳେ କଟକ ଯୋବ୍ରା ଆନିକଟରୁ ଏକ ହାତୀର ମୃତ ଦେହ ଠାବ ହୋଇଛି । ଯୋବ୍ରା ଆନିକଟ ୨୪ ନମ୍ବର ଗେଟ୍ ରେ ମୃତଦେହଟି ଲାଗିଛି । ହାତୀର ଗୋଡ ଦେଖାଯାଉଥିବା ପୋଲିସ ସୂତ୍ରରୁ ପ୍ରକାଶ କରାଯାଇଛି । ତେବେ ମୃତ ହାତୀଟି ମୁଣ୍ଡଳୀରୁ ଭାସି ଆସିଥିବା ହାତୀ କି ନୁହେଁ ତାହା ସ୍ପଷ୍ଟ ହୋଇନାହିଁ । ସେନେଇ ଅଧିକ ତଦନ୍ତ ଜାରି ରହିଛି ।

ସୂଚନାଯୋଗ୍ୟ, ଶୁକ୍ରବାର ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିବା ବେଳେ ରାତିରେ ବନ ବିଭାଗ ନିଆଁ ହୁଳା ଦେଖାଇ ହାତୀକୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ ମୁଣ୍ଡଳୀ ମହାନଦୀରେ ଦୀର୍ଘ ଘଣ୍ଟା ଜୀବନ ସହ ସଂଘର୍ଷ କରିବା ପରେ ହାତୀଟି ବ୍ରିଜ୍ ତଳକୁ ଭାସିଯାଇଥିଲା ବୋଲି କୁହାଯାଉଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.