ବନ ବିଭାଗ ହାତୀ ଘଉଡାଉଥିଲା, ଦେଖିବାକୁ ଆସି ଗଜରାଜଙ୍କ ଶିକାର ହେଲେ ଜଣେ ଦେଖଣାହାରୀ

Published By : Prameya-News7 Bureau | July 24, 2020 IST

ରାଇରଙ୍ଗପୁର, ୨୪|୦୭:  ମୟୂରଭଞ୍ଜ ଜିଲ୍ଲା ଯଶିପୁର ବ୍ଲକ ଅନ୍ତର୍ଗତ ଟଙ୍ଗାବିଲା ରେଞ୍ଜ୍‌ର ଶିରୁମୁଣପୁର ଝାଡଖଣ୍ଡୀ ହାତୀପଲ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ହେଲେ ସ୍ଥାନୀୟ କେଞ୍ଜରା ଗ୍ରାମର ଖଗେଶ୍ୱର ମହାନ୍ତ ।

ସୂଚନାନୁସାରେ, ଗତ ୮ ଦିନ ଧରି ଦୁଧିଆଣି ରେଞ୍ଜରେ ୨୧ ଟିକିଆ ହାତୀପଲ ଦରି ଓ ଦେଉଳି ଗାଁରେ ଆତଙ୍କ ଚଳାଇଥିଲେ । ଶୁକ୍ରବାର ସନ୍ଧ୍ୟାରେ ବନ ବିଭାଗ ହାତୀପଲକୁ ଘଉଡାଇବା ପାଇଁ ପ୍ରକ୍ରିୟା ଆରମ୍ଭ କରିଥିଲା । ସେହି ସମୟରେ ଖଗେଶ୍ୱର ହାତୀଙ୍କୁ ଦେଖିବା ପାଇଁ ଘଟଣାସ୍ଥଳରେ ପହଁଚିଥିଲେ । ବନବିଭାଗର ବାରଣ ସତ୍ୱେ ସେ ମାନିନଥିଲେ । ହଠାତ ସେ ହାତୀପଲଙ୍କ ହାବୁଡରେ ପଡିଯାଇଥିଲେ । ହାତୀପଲ ତାଙ୍କୁ ଆକ୍ରମଣ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.