ହାତୀ ଆକ୍ରମଣରେ ଚୈତନ୍ୟ ବାବା ଗୁରୁତର: ଶୁଣ୍ଢରେ ଟେକି କଚାଡି ଦେଲା, ଭାଙ୍ଗିଗଲା ବାମ ଜଙ୍ଘର ହାଡ଼

Published By : Prameya-News7 Bureau | January 03, 2021 IST

ବ୍ରହ୍ମପୁର୩/୧: ହାତୀ ଆକ୍ରମଣରେ ବାବା ଗୁରୁତର। ନୂଆପଲ୍ଲୀ ଜଙ୍ଗଲ ମଧ୍ୟରେ ଥିବା ରାମପାଦ ମନ୍ଦିରରେ ରହୁଥିବା ବାବା ଚୈତନ୍ୟ ମହାରାଜଙ୍କୁ ହାତୀ ଆକ୍ରମଣ କରିଛି। ରବିବାର ଅପରାହ୍ନ ସାଢ଼େ ୫ଟା ବେଳେ ନୂଆପଲ୍ଲୀରୁ କ୍ଷୀର ଓ ଚାହାଗୁଣ୍ଡ ଧରି ଚାଲି ଚାଲି ରାମପାଦକୁ ଫେରୁଥିବା ବେଳେ ଦନ୍ତା ହାତୀ ତାଙ୍କ ପଛ ପଟୁ ଆସି ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଫଳରେ ବାବାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ବେଳେ ତାଙ୍କର ବାମ ଜଙ୍ଘର ହାଡ଼ ଭାଙ୍ଗି ଯାଇଛି l

ବୁଗୁଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି l ସ୍ଥାନୀୟ ରେଞ୍ଜର ଫକୀର ଚରଣ ବେହେରା ମେଡିକାଲରେ ପହଞ୍ଚି ଚୈତନ୍ୟ ବାବାଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ଚିକିତ୍ସା ନିମନ୍ତେ ତୁରନ୍ତ ପାଞ୍ଚ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ସେହିପରି  ହାତୀ ଆକ୍ରମଣରେ ଫରେଷ୍ଟଗାର୍ଡ ସମେତ ଆଉ ଦୁଇ ଆହତ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.