ହାତୀ ଆକ୍ରମଣରେ ମହିଳା ମୃତ

Published By : Prameya-News7 Bureau | March 07, 2020 IST

ସମ୍ବଲପୁର ୦୭|୦୩:  ସମ୍ବଲପୁରରେ ହାତୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଶନିବାର ହାତୀ ଆକ୍ରମଣରେ ଜଣେ ମହିଳା ପ୍ରାଣ ହରାଇଛନ୍ତି।  

ଜିଲ୍ଲାର ରେଢାଖୋଲରେ ହାତୀ ପଲ ଆତଙ୍କ ଖେଳାଇଥିଲେ। ସେମାନେ ଜଣେ ମହିଳାଙ୍କୁ ଆକ୍ରମଣ କରି ମାରିପକାଇଛନ୍ତି। ମୃତ ମହିଳା ହେଲା ସ୍ଥାନୀୟ ହେମାଗୁଡା ଗ୍ରାମର ପ୍ରଭାତି ପ୍ରଧାନ।

ଖବର ପାଇ ବନ ବିଭାଗ ଘଚଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି। ତେବେ ହାତୀପଲଙ୍କୁ ଘଉଡାଇବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.