ମୟୁରଭଞ୍ଜର ମୋରୋଡାଠାରେ ହାତୀ ଆତଙ୍କ: ହାତୀ ଆକ୍ରମଣରେ ଜଣେ ଆହତ ଓ ଦୁଇ ଜଣଙ୍କ ଭାଙ୍ଗିଲା ଘର
10/11/2018 at 10:26 AM

ମୟୁରଭଞ୍ଜ ୧୦/୧୧: ହାତୀ ଆକ୍ରମଣରେ ଜଣେ ଆହତ ଓ ଦୁଇ ଜଣଙ୍କ ଘର ଭାଙ୍ଗିଲା। ଗତକାଲି ରାତିରେ ପ୍ରାୟ ୭୦ରୁ ଉର୍ଦ୍ଧ୍ୟ ଝାଡଖଣ୍ଡି ହାତୀ ମୟୁରଭଞ୍ଜର ମୋରୋଡା ଠାରୁ ବେତନଟୀ ପର୍ଯ୍ୟନ୍ତ ବିଚରଣ କରି ଆତଙ୍କ ଖେଳାଇଛନ୍ତି। ଅଜାଣ୍ ଗ୍ରାମର ଅଦିବାସୀ ବୃଦ୍ଧ ନାରାୟଣ ଟୁଡୁଙ୍କୁ ଦଳି ଦେଇ ଗୁରୁତର ଆହତ କରିଛନ୍ତି। କେବଳ ସେତିକି ନୁହେଁ ସେହି ଗ୍ରାମର ଭୁଦାନ ସୋରେନ ଓ ବୁଧିଆ ଟୁଡୁଙ୍କ ଘର ଭାଙ୍ଗିବା ସହିତ ବ୍ୟାପକ ଧାନବିଲରେ ଫସଲ ନଷ୍ଟ କରିଛନ୍ତି। ତେବେ ବନବିଭାଗର ସୁଚନା ଅନୁଯାୟୀ ଏହି ହାତୀ ପଲଟି ଏବେ ଦୁଇ ଭାଗ ହୋଇ ଯାଇଛି। ୩୦ ପାଖାପାଖି ହାତୀ ଚିତ୍ରଡାର ଗଡିଗାଁ ଜଙ୍ଗଲରେ ଥିବା ବେଳେ ୪୦ରୁ ଉର୍ଦ୍ଧ ଏକ ପଲ ଭାଲୁଘେରା ଜଙ୍ଗଲକୁ ଫେରି ଯାଇଛନ୍ତି। ସମଗ୍ର ଅଞ୍ଚଳର ହାତୀ ଚଲାପଥ କଡରେ ଥିବା ଗାଁ ଗୁଡିକରେ ଏବେ ଆତଙ୍କ ଖେଳି ଯାଇଛି।
Related Posts
ନାମୀଦାମୀ ବ୍ରାଣ୍ଡର ନକଲି ବିଦେଶୀ ମଦ ଜବତ, ଜଣେ ମହିଳା ଗିରଫ
20 January 2021
ପୁଣି ଅଲୋଡା ଶିଶୁ, ଗଛ ତଳୁ ନବଜାତ ପୁତ୍ର ଉଦ୍ଧାର
20 January 2021
ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
20 January 2021