Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦାନା ବାନ୍ଧୁଛି ବାତ୍ୟା : ୫ରେ ଓଡିଶା-ଆନ୍ଧ୍ର ଉପକୂଳରେ ଲ୍ୟାଣ୍ଡଫଲ୍ !
  • ||
  • ସୋମବାରଠୁ ଶୀତ ଅଧିବେଶନ, ପ୍ରଥମ ଦିନରେ କୃଷି ବିଲ୍ ରବ୍ଦ ନେଇ ଆସିବ ପ୍ରସ୍ତାବ
  • ||

ହାତୀ ଘଉଡାଇବା ବେଳେ ଜଣଙ୍କୁ ଶୁଣ୍ଢରେ ଫିଙ୍ଗିଦେଲା ଦନ୍ତା

14/01/2020 at 10:10 AM

ତେଲକୋଇ ୧୪।୧: କେନ୍ଦୁଝର ଜିଲ୍ଲା ତେଲକୋଇ କୁଣ୍ଡେଇହତା ଗାଁରେ ହାତୀ ଉପଦ୍ରବ । ହାତୀ ଘଉଡାଇବା ବେଳେ ଜଣଙ୍କୁ ଶୁଣ୍ଢରେ ଫିଙ୍ଗି ଦେଲା ଦନ୍ତାହାତୀ । କୁଣ୍ଡେଇହତା ଗାଁରେ ଗତକାଲି ବିଳମ୍ବିତ ରାତିରେ ଦନ୍ତାହାତୀ ଟି ଗାଁରେ ପଶି ଆତଙ୍କ ଖେଳାଇଥିଲା । ଲୋକଙ୍କ ଘରର ପାଚେରୀ ଭାଙ୍ଗବା ସହ ନଳକୂପକୁ ଭଙ୍ଗାରୁଜା କରିଥିଲେ ।

ସେଥିପାଇଁ ଲୋକେ ଦନ୍ତାକୁ ଘଉଡାଇବା ପାଇଁ ଅଣ୍ଟା ଭିଡିଥିଲେ । ହେଲେ ଦନ୍ତାକୁ ଘଉଡାଇବା ସମୟରେ ଗାଁର ବିଜୟ ପ୍ରଧାନ ଦନ୍ତା ହାବୁଡ଼ରେ ପଡି ଯାଇଥିଲେ । ଦନ୍ତା ତାଙ୍କୁ ଶୁଣ୍ଢରେ ଉଠାଇ ଫିଙ୍ଗି ଦେଇଥିଲା । ଫଳରେ ସେ ଗୁରୁତର ହୋଇପଡିଛନ୍ତି । ତାଙ୍କୁ କେନ୍ଦୁଝର ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ସେହିପରି ଭିମକାଣ୍ଡ ଗାଁରେ ମଧ୍ୟ ଗତକାଲି ରାତିରେ ହାତୀପଲ ଜଣଙ୍କ ଘର ଭାଙ୍ଗିଛନ୍ତି । ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି । ୧୧ ଦିନରେ ହାତୀପଲ ୧୦ଟି ଘର ଭାଙ୍ଗିବା ସହ ଜଣକୁ ଆକ୍ରମଣ କରି ଗୁରୁତର କରିଛନ୍ତି ।  ବନ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ହାତୀ ଘଉଡ଼ାଇବା ପାଇଁ ସେଭଳି କୌଣସି  ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ  ଅସନ୍ତୋଷ ବୃଦ୍ଧି ପାଇଛି ।

   Related Posts