ପଦ୍ମପୁରରେ ମାତିଲା ଦନ୍ତା, ଶୌଚ ପାଇଁ ଯାଇଥିବାବେଳେ ୩ ଜଣଙ୍କୁ ଦଳିଦେଲା

Published By : Prameya-News7 Bureau | April 21, 2021 IST

ପଦ୍ମପୁର ୨୧/୪: ପଦ୍ମପୁରେ ଦନ୍ତା ଆତଙ୍କ । ୩ ଜଣଙ୍କୁ ଦଳି ମାରିଲା ହାତୀ । ପଦ୍ମପୁର ରେଂଜ ରାଇସଲପଦର ପଞ୍ଚାୟତର ୨ଟି ଗାଁରେ ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ତିନି ଜଣଙ୍କର ମୄତ୍ୟୁ ହୋଇଛି ।  ମୃତକ ହେଲେ ରାଇସଲପଦର ଗ୍ରାମପାୟତ ଉମରାଡ଼ ଗାଁର ମାଲ ସେଠ ଓ ବିରଞ୍ଚି କୁମ୍ଭାର । ତେବେ ଅନ୍ୟ ଜଣଙ୍କ ପରିଚୟ ମିଳିପାରିନି ।

ତେବେ ସେ  ନାଥପାଲି ଗାଁକୁ ଆସିଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ । ଶୌଚ ପାଇଁ ଯାଇଥିବା ବେଳେ ଏମାନେ ସବୁ ହାତୀ ହାବୁଡରେ ପଡିଯାଇଥିଲେ । ଅଞ୍ଚଳରେ ହାତୀ ଉପଦ୍ରବ ଥିବା ନେଇ ବନବିଭାଗ ଲୋକଙ୍କୁ ସୂଚନା ଦେଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପୂର୍ବରୁ ମଧ୍ୟ ଏହି ଅଞ୍ଚଳରେ ଏଭଳି ଘଟଣା ହେଉଥିବାର ନଜିର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.