ଭୋଜି ଖାଇ ଫେରୁଥିବା ସମୟରେ ହାତୀ ଆକ୍ରମଣରେ ଜଣେ ମୃତ, ୨ଆହତ

Published By : Prameya-News7 Bureau | January 31, 2020 IST

ନୂଆପଡା ୩୧।୦୧:  ଭୋଜି ଖାଇ ଫେରୁଥିବା ସମୟରେ ହାତୀ ଆକ୍ରମଣରେ ଜଣେ ମୃତ । ନୂଆପଡା ଜିଲ୍ଲା ଖଡିଆଳ ରେଞ୍ଜ ଅଞ୍ଚଳର ଘଟଣା । ମୃତକ ଦରଗାଁର ବିଷ୍ଣୁ ଦଳ ବୋଲି ଜଣାପଡିଛି । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚ ମୃତଦେହକୁ ଜବତ କରିଛି ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ଖଡିଆଳ ରେଞ୍ଜ ଦରଗାଁର ବିଷ୍ଣୁ ଦଳ ରାତିରେ ଏକ ବିବାହ ଭୋଜି ଖାଇ ବାଇକ ଯୋଗେ ତିନିଜଣ ଘରକୁ ଫେରୁଥିଲେ । ରାସ୍ତାରେ ବାଇକ ସାମ୍ନାକୁ  ଏକ ହାତୀ ସାମନାକୁ ଆସିଯାଇଥିଲା । ହାତୀକୁ ଦେଖି ତିନିଜଣ ଦୌଡିଯିବାକୁ ଉଦ୍ୟମ କରିଥିବା ବେଳେ ବିଷ୍ଣୁ ଯାଇପାରିନଥିଲା , ପରେ ହାତୀଟି ବିଷ୍ଣୁଙ୍କୁ ହାତୀ କଚାଡି ଦେଇଥିଲା ।ବାଇକରେ ଥିବା ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ସୁଚନା ମିଳିଛି ।

ଖବର ପାଇ ସ୍ଥାନୀୟଲୋକେ ପହଞ୍ଚିଥିଲେ  । କିନ୍ତୁ ଗାଡି ଅଭାବରୁ ଡାକ୍ତରଖାନା ନେଇ ପାରି ନଥିଲେ  । ଯାହା ଫଳରେ ଗୁରୁତର ଆହତ ବିଷ୍ଣୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାର ସୁଚନା ମିଳିଛି । ସେହିପରି ଗୁରୁବାର ଦିନ ବାଟବଣା ହୋଇ ଗୋଟିଏ ଦନ୍ତା ହାତୀ ତିଖାଲି ନଦୀ ଭିତରେ ଦୀର୍ଘ ସମୟ ଧରି ଫସି ରହିଥିଲା । ବାହାରିବା ପରେ ସ୍ଥାନୀୟ ତିଖାଲି ଉଦ୍ୟାନ ଠାରେ ଏକ ଗାଡି ଭାଙ୍ଗିଥିବା ବେଳେ ଜଗୁଆଳିମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ହାତୀଟି ଜଙ୍ଗଲ ମଧ୍ୟରେ ଥିବାରୁ ଘଉଡାଇବା ପାଇଁ ସକ୍ଷମ ହୋଇ ପାରିନଥିଲା । ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି ବନ ବିଭାଗ । ମୃତକ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ପରିବାର ସହିତ ଆଲୋଚନା କରୁଛନ୍ତି ବନ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.