ହାତୀ ଆକ୍ରମଣରେ ମହିଳାଙ୍କ ସମେତ ୩ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Published By : Prameya-News7 Bureau | January 01, 2021 IST

ଢେଙ୍କାନାଳ ୦୧/୦୧: ହାତୀ ଆକ୍ରମଣରେ ମହିଳାଙ୍କ ସମେତ ୩ ଜଣ ଗୁରୁତର ହୋଇଛନ୍ତି। ଢ଼େଙ୍କାନାଳ ଜିଲ୍ଲାର ପୃଥକ ପୃଥକ ସ୍ଥାନରେ ହାତୀ ଆକ୍ରମଣର ଖବର ସାମ୍ନାକୁ ଆସିଛି। ତେବେ ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଢେଙ୍କାନାଳ ସଦର ବନାଞ୍ଚଳର ଜୋରନ୍ଦା ମହାପଦାରୁ ଶୁଖୁଆ ବିକ୍ରି ସାରି ନିଜ ଗାଁ କାଲୁରିଆକୁ ଫେରୁଥିବା ବେଳେ ଜଣେ ମହିଳାଙ୍କୁ ହାତୀ କଚାଡି ଦେବାରୁ ସେ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ଜଣଙ୍କ କାଲୁରିଆ ଗ୍ରାମର କୁମୁଦିନି ବେହେରା ବୋଲି ଜଣାପଡିଛି ।

ସେହିପରି କାମାକ୍ଷାନଗର ତୁମୁସିଂହା ଖଇରାକଣ ବସ୍ତିର ଗଗନ ବେହେରା ବିଲରୁ ଘରକୁ ଫେରିବା ବେଳେ ହାତୀ ହାବୁଡ଼ରେ ପଡିଯାଇଥିଲେ । ତାଙ୍କୁ ହାତୀ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଛନ୍ତି । ସେପଟେ କାମାକ୍ଷାନଗର ପଶ୍ଚିମାଞ୍ଚଳ ବନାଞ୍ଚଳର ପାକଟମୁଣ୍ଡା ନିକଟରେ କାମ ସାରି ଘରକୁ ଫେରୁଥିବା ବେଳେ ହାତୀ ଜଣଙ୍କୁ ଆକ୍ରମଣ କରିଛି । ଫଳରେ ଗୁରୁତର ହୋଇଥିବାରୁ ତାଙ୍କୁ ପ୍ରଥମେ କାମାକ୍ଷାନଗର ଡାକ୍ତରଖାନା ଓ ପରେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନନ୍ତରିତ କରାଯାଇଛି । ଗୁରୁତର ଜଣଙ୍କ ପାକଟ ମୁଣ୍ଡା ଗ୍ରାମର ସତ୍ୟାନନ୍ଦ ସ୍ୱାଇଁ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.