ଦନ୍ତାହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

Published By : Prameya-News7 Bureau | February 23, 2021 IST

ଆଠଗଡ୨୩/୨: ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ପୁଣି ମାତିଲା ଦନ୍ତାହାତୀ । ଆଠଗଡ ବନଖଣ୍ଡ ଖୁଣ୍ଟୁଣୀ ରେଞ୍ଜ ଅନ୍ତର୍ଗତ କୁଶୁପଙ୍ଗି ରାଉଳସାହିର ଗାଁ ଭିତରେ ପଶି ଦଳି ଦେଲା ଦନ୍ତା ହାତୀ। ଦନ୍ତାହାତୀ ଆକ୍ରମଣରେ ପୂର୍ଣ୍ଣଚନ୍ଦ୍ର ରାଉଳ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

ବ୍ୟକ୍ତି ଜଣଙ୍କ ନିଜ ଘର ବାରଣ୍ଡାରେ ବସିଥିବା ସମୟରେ ହାତୀ ଆକ୍ରମଣ କରିଥିଲା। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି। ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ପରେ ବି ଘଟଣାସ୍ଥଳରେ ବନବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ। ଏ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.